ଚନ୍ଦକା ବାରଙ୍ଗ ରାସ୍ତାରେ କାର-ଟ୍ରକ ମୁହାଁମୁହିଁ ଧକ୍କା; ଜଣେ ମୃତ

ଭୁବନେଶ୍ୱର: କାର-ଟ୍ରକ୍ ମୁହାଁମୁହିଁ ଧକ୍କା। ଚନ୍ଦକା ବାରଙ୍ଗ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଚନ୍ଦକା ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି। ବାରଙ୍ଗ ଚନ୍ଦକା ମଝି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଛି। ବାରଙ୍ଗ ପଟୁ ଆସୁଥିବା ଆଇଚର ଟ୍ରକ OD02CC5936 ଗାଡି ଭରସାମ୍ୟ ହରାଇ ଡିଭାଇଡ଼ର ଭାଙ୍ଗି ଚନ୍ଦକା ପଟୁ ଆସୁଥିବା OD34N4533 ସ୍ଵିଫ୍ଟ କାର୍ କୁ ସାମ୍ନାରୁ ପିଟିଥିଲା। ଫଳରେ କାରରେ ଥିବା ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ଗୁରୁତର ହୋଇଛନ୍ତି। ଦୁର୍ଘଟଣାର କାରଣ ଜଣା ପଡ଼ି ନଥିବା ବେଳେ ଖବର ପାଇ ସ୍ଥାନୀୟ ଚନ୍ଦକା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।