ଦୁର୍ଘଟଣାର ଶିକାର ହୋଇ ପୋଖରୀରେ ବୁଡିଲା କାର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଜାମୁଡିହା ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୪୯ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ଆଡକୁ ଯାଉଥିବା ଏକ କାର ଦୁର୍ଘଟଣାର ଶିକାର ହୋଇଛି । ଏହାପରେ କାରଟି ପାଖରେ ଥିବା ଏକ ପୋଖରୀରେ ବୁଡି ଯାଇଥିଲା ।ଖବର ପାଇ ଘଟରାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ କାର ଭିତରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶବ ନିକଟରୁ ମିଳିଥିବା ପରିଚୟପତ୍ରରୁ ତାଙ୍କ ନାମ ସନ୍ତୋଷ କୁମାର ପଣ୍ଡା ବୋଲି ଜଣାପଡିଛି । ସନ୍ତୋଷଙ୍କ ମୃତଦେହ ଉଦ୍ଧାର ପରେ ପୋଖରୀରେ ଆଉ କେହି ବୁଡିଥିବା ସନ୍ଦେହ କରି ଖୋଜାଖୋଜି କରୁଥିବା ବେଳେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଚାଲୁ ରଖିଛି ।