କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଇପାସ ନିକଟରେ ଗଛରେ କାରପିଟି ହେବାରୁ ଗାଡିର ଚାଳକ ଗୁରୁତର ଆହତ ହୋଇମେଡିକାଲରେ ଭର୍ତି ହୋଇଛନ୍ତି। ଗୁରୁତର ଆହତ ଜଣକ କଟକ ଅଞ୍ଚଳର ଦେବାଶିଷ ବାରିକ। ସୂଚନା ଦେବାଶିଷ ତାଙ୍କର ବନ୍ଧୁମାନଙ୍କ ସହ ତାରିଣୀ ଦର୍ଶନ କରିବାକୁ ଆସିଥିଲେ। ବନ୍ଧୁମାନେ ହୋଟେଲରେ ଥିବା ବେଳେ ଦେବାଶିଷ କାର ନେଇ କୌଣସି ସାମଗ୍ରୀ କିଣିବା ପାଇଁ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଦେବାଶିଷ ଗୁରୁତର ଆହତ ହୋଇଥିଲେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଘଟଗାଁ ମେଡିକାଲରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।