୩୦୭ କେଜି ୨୯୦ ଗ୍ରାମର ଗଞ୍ଜେଇ ଜବତ କଲା ପୋଲିସ

ରାଜ୍ୟରେ ବିଭିନ୍ନ ଉପାୟ ଆପଣେଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି ଆହରି ମଧ୍ୟରେ ନନ୍ଦପୁର ବ୍ଲକ ପାଡ଼ୁଆ ଥାନା ହାଣ୍ଡିପୁଟ ଛକରୁ ପାଡ଼ୁଆ ପୋଲିସ ଟ୍ରକ,କାର ସହିତ ୩୦୭ କେଜି ଗଞ୍ଜେଇ ଜବତ କରିଛି ।

(ନନ୍ଦପୁର) : ରାଜ୍ୟରେ ବିଭିନ୍ନ ଉପାୟ ଆପଣେଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି ଆହରି ମଧ୍ୟରେ ନନ୍ଦପୁର ବ୍ଲକ ପାଡ଼ୁଆ ଥାନା ହାଣ୍ଡିପୁଟ ଛକରୁ ପାଡ଼ୁଆ ପୋଲିସ ଟ୍ରକ,କାର ସହିତ ୩୦୭ କେଜି ଗଞ୍ଜେଇ ଜବତ କରିଛି । ସେଥିରୁ ୩୦୭ କେଜି ୨୯୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି ।

ସୂଚନାନୁଯାୟୀ , ମାଫିଆମାନେ ଜୋରରେ ଗାଡି ଚଳାଇ ଆଗକୁ ପଳାଇଥିଲେ । ଏହାପରେ ସେମାନେ ଦୁଇଟି ଯାକ ଗାଡ଼ି ଛାଡ଼ି ଅନ୍ଧାର ରାତ୍ରିରେ ଚମ୍ପଟ ମାରିଥିଲେ । ପୋଲିସ ଗାଡ଼ି ଦୁଇଟି ଗାଡି ଯାଞ୍ଚ କରିବା ପରେ ତେବେ ଗାଡିର ପଞ୍ଜିକରଣ ସଂଖ୍ୟାରୁ ଏମାନଙ୍କର ମାଲିକ କିଏ ପୋଲିସ ଯାଞ୍ଚ କରୁଛି । କାରଟି ଗୁଜୁରାଟର ପଞ୍ଜିକରଣ ହୋଇଥିବା ବେଳେ ଟ୍ରକ ଟି ରାଜସ୍ଥାନର ବୋଲି ଜଣା ପଡିଛି ।