ଦେହ ବ୍ୟବସାୟୀ ଓ ସଂପୃକ୍ତ ବ୍ୟବସାୟ ସହିତ ଜଡିତ ଲୋକଙ୍କୁ ଗିରଫ କରିପାରିବ ନାହିଁ : ମାଡ୍ରାସ୍ ହାଇକୋର୍ଟ 

ଦିଲ୍ଲୀ:ମାଡ୍ରାସ୍ ହାଇକୋର୍ଟଙ୍କ ବଡ ରାୟ । ଏଣିକି ଚଢାଉ ବେଳେ ଦେହ ବ୍ୟବସାୟ ଓ ସଂପୃକ୍ତ ବ୍ୟବସାୟ ସହିତ ଜଡିତ ଲୋକଙ୍କୁ ଗିରଫ କରିପାରିବ ନାହିଁ । ଏଭଳି ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ । ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ଏହି ନିର୍ଦ୍ଦେଶ ଦେଇଛନ୍ତି  ମାଡ୍ରାସ ହାଇକୋର୍ଟ ।  ତେବେ ପୋଲିସ ସନ୍ଦିଗ୍ଧ ସ୍ଥାନରେ  ଚଢାଉ କରି କାର୍ଯ୍ୟାନୁଷ୍ଠାନ ନେବାବେଳେ ଦେହ ବ୍ୟବସାୟୀ କିମ୍ବା ଏହି ବ୍ୟବସାୟ ସହିତ ଜଡିତ ଲୋକଙ୍କୁ ଗିରଫ କରିପାରିବ ନାହିଁ । ଖାଲି ସେତିକି ନୁହେଁ ସେମାନଙ୍କ ଉପରେ ପୋଲିସ ବି ଜରିମାନା ଲଗାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ ।

ଅନ୍ୟପଟେ ଏସବୁ ବ୍ୟବସାୟରେ ସଂପୃକ୍ତ ଥିବା ଲୋକଙ୍କ ନାମରେ ମାମଲା ରୁଜୁ ନକରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ମୁତାବକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲା କି , ସେ ଦେହ ବ୍ୟବସାୟ ସ୍ଥାନରେ ଥିବା ବେଳେ ତାଙ୍କୁ ପୋଲିସ ଦେଖିଥିଲା । ଏହାପରେ ତାଙ୍କ ଭିଡିଓ ଓ ଫଟୋ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହୋଇଥିବାରୁ ସେ ନିଜର ଆତ୍ମ ସମ୍ମାନ ହରାଇଥିବା ନେଇ କୋର୍ଟରେ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ସତୀଶ କୁମାର କହିଥିଲେ ଜଷ୍ଟିସ କହିଥିଲେ କି ସଂପୃକ୍ତ ବ୍ୟକ୍ତି ଜଣଙ୍କ ଅଭିଯୋଗକାରୀଙ୍କ ଉପରେ କୌଣସି ଯୌନକର୍ମୀ ଜୋର ଜବରଦସ୍ତ କାମରେ ଲଗାଇବା ନେଇ ଅଭିଯୋଗ ହୋଇନାହିଁ ତେଣୁ ତାଙ୍କୁ ଆଇନଗତ ଭାବେ ଦଣ୍ଡିତ କରାଯାଇ ପାରିବ ନାହିଁ ।