ନିଆରା ଢଙ୍ଗରେ ଗଞ୍ଜେଇ ଚାଲାଣ

ଲମତାପୁଟ-ଅଭିନବ ଉପାୟରେ ଗଞ୍ଜେଇ କାରବାର । ସତ ଯେ ଟ୍ରକ ଭିତରେ ଆଲମାରୀ ଥିଲା କିନ୍ତୁ ଆଲମାରୀ ଭିତରେ ଥିଲା ଗଞ୍ଜେଇ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ ।ପାଡ଼ୁଆ ଥାନା ଅନ୍ତର୍ଗତ ବାଡ଼େଲ ଅଞ୍ଚଳରୁ ଏକ ଆଲମାରୀ ବୋଝେଇ ଟ୍ରକ୍ରେ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ କୋରାପୁଟ ଏସ୍ପିଙ୍କ ନିକଟରେ ଖବର ପହଞ୍ଚିଥିଲା। ତାଙ୍କ ନିର୍ଦ୍ଦେଶକ୍ରମେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନଙ୍କ ନେତୃତ୍ୱରେ ଲମତାପୁଟ ଓ ମାଛକୁଣ୍ଡ ପୁଲିସ୍ର ଏକ ମିଳିତ ଟିମ୍ ଚାଙ୍ଗୁଡ଼ିପଡ଼ା ଛକ ନିକଟରେ ନାକାବନ୍ଦୀ କରିଥିଲେ। ଏହି ସମୟରେ ବାଡେଲ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏହି ଆଲମାରୀ ବୋଝେଇ ଟ୍ରକ୍କୁ ସେମାନେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ମିଳିଥିଲା।