ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଲିଗୁଡା ପୋଲିସ ହାତରେ ଧରା ପଡିଲେ ଚୋରା ଗଞ୍ଜେଇ ବେପାରୀ । ମାଫିଆଙ୍କ ସହ ବିପୁଳପରିମାଣର ଗଞ୍ଜେଇ ମଧ୍ୟ ଜବତ କରିଛି ପୋଲିସ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଏକ କଣ୍ଟେନର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥବା ବେଳେ ପୋଲିସ ଖବର ପାଇ ଚଢାଉ କରିଥିଲା । ଚଢାଉରେ ୪୫୦ କେଜି ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରିଛି ସେମିଲିଗୁଡା ପୋଲିସ । ୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ ବେଳେ ଏହି ବିପୁଳ ଗଞ୍ଜେଇ ଏବଂ ମାଫିଆ ପୋଲିସ ପଞ୍ଝାରେ ଫସିଛନ୍ତି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୪୫ ଲକ୍ଷ କିମ୍ବା ଅଧିକ ହେବବୋଲି ଅନୁମାନ କରାଯାଉଛି । ଏସବୁକୁ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ବୋଲି ସେମିଲିଗୁଡା ଥାନାଧିକାରୀ ସୁଚନା ଦେଇଛନ୍ତି।