(ରିପୋର୍ଟସ ଟୁଡ଼େ) କଲ୍ଡ୍ରପ ସମସ୍ୟା ଟେଲିକମ ଗ୍ରାହକଙ୍କ ପାଇଁ ମୁଣ୍ଡବ୍ୟଥା ହୋଇଛି। କେନ୍ଦ୍ର ସରକାର ଏହାର ସମାଧାନ ପାଇଁ ବିଭିନ୍ନ ନିୟମ ପ୍ରଣୟନ କରିଥିଲେ ସୁଦ୍ଧା ଟେଲିକମ୍ କମ୍ପାନୀଗୁଡିକ ଏହାକୁ ପାଳନ କରୁନାହାନ୍ତି। ଏହି କାରଣରୁ ରାଷ୍ଟ୍ରାୟତ୍ତ ବିଏସ୍ଏନ୍ଏଲ, ଆଇଡିଆ ସମେତ ପ୍ରାୟ ସମସ୍ତ ଟେଲିକମ ଅପରେଟରଙ୍କଠାରୁ ୫୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନା ଶୁକ୍ରବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ କହିଛନ୍ତି ଯେ, କଲ୍ଡ୍ରପ୍ ନିୟମ ପାଳନ କରି ନ ଥିବାକୁ ନେଇ ଜୁନ୍, ୨୦୧୮ରେ ଶେଷ ହୋଇଥିବା ତ୍ରୈମାସ ସୁଦ୍ଧା ବିଏସ୍ଏନ୍ଏଲ୍ଠାରୁ ୪ ଲକ୍ଷ ଟଙ୍କା, ଆଇଡିଆରୁ ୧୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଟାଟା ଓ ଟେଲିନରଠାରୁ ମଧ୍ୟ ଏହା ଆଦାୟ କରାଯାଇଛି।