(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ବସିଥିବା ବୈଠକରେ ୩ଟି ପ୍ରସ୍ତାବ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କୃଷି କ୍ଷେତ୍ରକୁ ଗୁରୁତ୍ୱ ୍ଦେଇଛନ୍ତି ସରକର ।
ବୈଠକରେ ଖରିପ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ଚଳିତ ବର୍ଷ ୫୫ ଲକ୍ଷ୍ୟ ମେଟ୍ରିକ୍ ଟନ୍ ଧାନ ବା ୩୭ ଲକ୍ଷ୍ୟ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଧାନ ଦେବାର ୩ ଦିନ ମଧ୍ୟରେ ଚାଷୀ ସେମାନଙ୍କ ପଇସା ପାଇବେ । ୨୪ରୁ ୭୨ ଘଂଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଯିବ । ସେଥିମଧ୍ୟରୁ ୨୩ ଲକ୍ଷ୍ୟ ମେଟ୍ରିକ୍ ଟନ୍ ଚାଉଳ ସାଧାରଣ ବଂଟନ ପାଇଁ ରହିବ । ବଳକା ଚାଉଳକୁ ଏଫସିଆଇକୁ ଦିଆଯିବା ନେଇ ନିଷ୍ପତି ହୋଇଛି । ପାକ୍ସ୍ ଏବଂ ଲ୍ୟାମ୍ପସ୍ ଜରିଆରେ ଧାନ ସଂଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ଧାନ ସଂଗ୍ରହ ବେଳେ ଆଉ ମୁଣ୍ଡପିଛା ଧାନ କଟାଯିବ ନାହିଁ । ପୂର୍ବରୁ ମୁଣ୍ଡପିଛା ୩ କ୍ୱିଂଟାଲ ଧାନ କଟାଯାଉଥିବା ବେଳେ ବର୍ତମାନ ଏହାକୁ ବନ୍ଦ କରାଯିବ ବୋଲି ନିଷ୍ପତି ହୋଇଛି । ଫଳରେ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ଉପକୃତ ହେବେ । ସେହିପରି କୃଷି ବିଭାଗ କ୍ୟାଡର ପୁନର୍ବିନ୍ୟାସକୁ କ୍ୟାବିନେଟ୍ ମଂଜୁରୀ ମିଳିଛି ।
ଆମ ଗାଁ ଆମ ବିକାଶ କାର୍ୟ୍ୟ ସମ୍ବନ୍ଧରେ ରାଜ୍ୟ କ୍ୟାବିନେଟରେ ଆଲୋଚନା ହୋଇଛି । ଏହାର ଗାଇଡଲାଇନକୁ କ୍ୟାବିନେଟ୍ ମଂଜୁରୀ ମିଳିଛି । ଚଳିତ ବଜେଟରେ ଏହି କାର୍ୟ୍ୟକ୍ରମ ପାଇଁ ୧୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହାର କାର୍ୟ୍ୟ କେବଳ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କରାଯିବ । ଏଥିରେ କୌଣସୀ ଠିକାଦାର ନିଯୁକ୍ତି ହେବେ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଲକ୍ଷ୍ୟରୁ ୧୦ ଲକ୍ଷ୍ୟ ଟଙ୍କା ମଧ୍ୟରେ ପ୍ରତି ପ୍ରକଳ୍ପର କାମ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସବ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।