ଭୁବନେଶ୍ୱର : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ମହତ୍ୱ ରହିଛି । ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ । ପୌରାଣିକ କଥା ଅନୁସାରେ ସୂର୍ଯ୍ୟଦେବ ପ୍ରତ୍ୟେକ୍ଷ ରୂପରେ ଦର୍ଶନ ଦେଇଥାନ୍ତି । ପୌରାଣିକ ବେଦରେ ସୂର୍ଯ୍ୟଙ୍କୁ ବିଶ୍ୱର ଆତ୍ମା ଏବଂ ଈଶ୍ୱରଙ୍କ ନେତ୍ର ଭାବେ ଉଲ୍ଲେଖ କରାଯାଇଛି । ସୂର୍ଯ୍ୟଦେବଙ୍କ ପୂଜା କଲେ ଜୀବନଶକ୍ତି, ମାନସିକ ଶାନ୍ତି, ଉର୍ଜା ଏବଂ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ । ସେଥିପାଇଁ ଉଦୟମାନ ସୂର୍ଯ୍ୟଙ୍କ ଦର୍ଶନ ଶୁଭ ବୋଲି କୁହାଯାଏୟ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଶୁଭ ବୋଲି କୁହାଯାଏୟ ରବିବାର ଦିନ ସୂର୍ଯ୍ୟଦେବଙ୍କ ବ୍ରତ ପାଳନ କଲେ ସବୁ ଇଚ୍ଛା ପୂରଣ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ରାମାୟଣରେ ମଧ୍ୟ ଏ ସମ୍ବନ୍ଧରେ ଉଲ୍ଲେଖ ରହିଛି ।
ଭଗବାନ ଶ୍ରୀରାମ ଲଙ୍କା ଯିବାକୁ ରାମସେତୁ ର୍ନିମାଣ ପୂର୍ବରୁ ସୂର୍ଯ୍ୟଦେବଙ୍କୁ ଅ ।ରାଧନା କରିଥିଲେୟ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ମଧ୍ୟ ସୂର୍ଯ୍ୟଦେବଙ୍କୁ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ସୂର୍ଯ୍ୟଙ୍କୁ ଶକ୍ତିର ସ୍ରୋତ ବୋଲି କୁହାଯାଏ । ସୂର୍ଯ୍ୟଦେବଙ୍କୁ ଅ।ରାଧନା କଲେ ଅତି ଶୀଘ୍ର ଶୁଭଫଳ ପ୍ରାପ୍ତ ହୁଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବାକୁ ପ୍ରାତଃ କାଳରେ ବିଛଣା ତ୍ୟାଗ କରି, ସ୍ନାନ ଆଦି ସାରି ଉଦୟମାନ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି “ଓଁ ସୂର୍ଯ୍ୟାୟ ନମଃ’ କିମ୍ବା “ଓଁ ଘୃଣି ସୂର୍ଯ୍ୟାୟ ନମଃ’ ମନ୍ତ୍ର କହି ଜଳ ଅର୍ପଣ କରନ୍ତୁ । ସୂର୍ଯ୍ୟଙ୍କୁ ଅର୍ପଣ କରୁଥିବା ଜଳରେ ଲାଲ ସିନ୍ଦୁର, ଲାଲ ଫୁଲ ମିସଉ ଅର୍ଘ୍ୟ ପ୍ରଦାନ କରନ୍ତୁ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାପରେ ଲାଲ ଆସନରେ ବସି ପୂର୍ବ ଦିଗ ଆଡକୁ ମୁହଁ କରି ୧୦୮ ଥର ସୂର୍ଯ୍ୟଦେବଙ୍କ ମନ୍ତ୍ର ଜପ କରନ୍ତୁ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ମନେମନେ ସଦବୁଦ୍ଧି କାମନା କରନ୍ତୁ ।