ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ ସହ ରାଜଧାନୀ ଭୁବନେଶ୍ୱର । ଅସହ୍ୟ ତାତିରେ ଛଟପଟ ହେଉଛି ଜନ ଜୀବନ । ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝର ୩୯.୨, ବାଲେଶ୍ୱର ୩୮, ଝାରସୁଗୁଡା ୩୮, ରାଉରକେଲା ୩୭.୮, ଚାନ୍ଦବାଲି ୩୭.୪, ସମ୍ବଲପୁର ୩୭.୪, ହୀରାକୁଦ ୩୬.୬ ପୁରୀ ୩୨.୪, ପାରାଦୀପ ୩୨, ଗୋପାଳପୁର ୩୧.୮ ରେକର୍ଡ କରାଯାଇଛି।
ସୂଚନା ଅନୁଯାୟୀ , ଆହୁରି ୨ଦିନ ତାତିରୁ ନାହିଁ ନିସ୍ତାର । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିବ ବୋଲି କୁହାଯାଉଛି । ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ୫ ଡିଗ୍ରୀ ସେଲସିୟସ ରୁ ଅଧିକ ରହିପାରେ । ତେବେ ୬ ତାରିଖ ପର୍ଯ୍ୟନ୍ତ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣପାଗ କେନ୍ଦ୍ର ।