ଭାରସାମ୍ୟ ହରାଇ ବିଲକୁ ପସିଲା ବସ

ଗୋପ(ଜୟନ୍ତ କୁମାର ସେଠୀ): କାକଟପୁରରୁ ପୁରୀ ଯାତାୟତ କରୁଥିବା ଷୋଳପୁଅ ନାମକ ଏକ ବସ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ମଝିକୁ ହଠାତ ଏକ ଷଣ୍ଢ ପଶି ଆସିଥିବା ବେଳେ ଏହାକୁ ବଞ୍ଚାଇବାକୁ ଯ୍ଧବ ବସଟି ବାଲିଦୋକାନ ପାଖ ବିଲ ମଝିକୁ ପସି ଯାଇଥିବା ଜଣାଯାଇଛି । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଥିବା ୨୦ ଜଣ ଯାତ୍ରୀ । ମୃତ୍ୟୁ ମୁହଁରୁ ରକ୍ଷା ପାଇଯାଇଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରୁ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହାପରେ ସେମାନଙ୍କୁ ପ୍ରଥମେ ବାଲିଦୋକାନ ମେଡିକାଲ ଏବଂ ପରେ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ ଗାଡି ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି । ଏହ÷ାପରେ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ମାନଙ୍କ କ୍ଷୟକ୍ଷତି ପାଇଁ ସାଧାରଣରେ ଦାବି ହୋଇଛି ।