ଭୁବନେଶ୍ବର : ରାଉରକେଲା ବିମାନବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ଗୁଳି । ସୂଚନା ଅନୁାଶାରେ ଯାତ୍ରୀଜଣକ ରାଉରକେଲାରୁ ଭୁବନେଶ୍ବର ଯାଉଥିବାବେଳେ ଧରାପଡ଼ିଥଲେ । ସିକ୍ୟୁରିଟି ସ୍କାନରବେଳେ ଲଗେଜରୁ ୬ଟି ଅଫୁଟା ଗୁଳି ବାହାରିଥିବା ଜଣାପଡିଛି। ତୁରନ୍ତ ଯାତ୍ରୀଙ୍କୁ ଅଟକ ରଖି ଛେଣ୍ଡ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ପଚରାଉଚୁରା ପରେ ବ୍ୟକ୍ତିଗତ ମୁଚାଲିକାରେ ପୁଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି। ଯାତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ପୁଲିସ ତାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଯାତ୍ରୀଙ୍କର ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରହିଛି। ଭୁଲବଶତଃ ଘରେ ବନ୍ଧୁକ ଛାଡ଼ି ଦେଇ ଆସିଥିବା ପୁଲିସକୁ କହିଥିଲେ। ଭୁଲବଶତଃ ତାଙ୍କ ବ୍ୟାଗରେ କେବଳ ଗୁଳି ରଖିଦେଇଥିଲେ। ତେବେ ଘଟଣାକୁ ରାଉରକେଲାର ଛେଣ୍ଡ ପୁଲିସ ଗୁରୁତର ସହ ନେଇଛି। ପୁଲିସ ଏହାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।