ବାଲେଶ୍ୱରକୁ BSKY

ବାଲେଶ୍ୱର: ସାରା ରାଜ୍ୟରେ ପହଞ୍ଚିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ଏବେ ସାମିଲ ହୋଇଛି ବାଲେଶ୍ୱର । ଖଇରା ବ୍ଲକ ଅନ୍ତର୍ଗତ କୁରୁଣ୍ଟା, ଗଡପୋଖରୀ ପଞ୍ଚାୟତରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ମାନ୍ୟବର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ହିତାଧିକାରୀମାନଙ୍କୁ ଏହି କାର୍ଡ ପ୍ରଦାନ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର କାର୍ଡ ଯୋଗାଇ ଦିଆଯିବ ।

ହିତାଧିକାରୀମାନଙ୍କୁ କାର୍ଡ ଯୋଗାଇ ଦେବା ସହିତ ସେମାନଙ୍କୁ ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇଛନ୍ତି ଶ୍ରୀ ପାଣିଗ୍ରାହୀ । ସ୍ମାର୍ଟକାର୍ଡ ବଣ୍ଟନ କାର୍ୟ୍ୟକ୍ରମରେ ବିଡିଓଙ୍କ ସହିତ ତହସିଲଦାର ଓ ସ୍ଥାନୀୟ ଲୋକପ୍ରତିନିଧି ଯୋଗଦେଇଥିଲେ ।