ଟାଙ୍ଗୀ: ପୁଣି ଖୋର୍ଦ୍ଧା ଜିଲ୍ଳାରୁ ଗିରଫ ହେଲେ ଆଉ ଜଣେ ଧଳା ଜହର ବ୍ୟବସାୟୀ । ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣଙ୍କୁ ଗିରଫ କରାଯିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।
ରାଜ୍ୟରେ ବଢି ଚାଲିଛି ଧଳା ଜହର ବେପାର । ବିଭିନ୍ନ ଅଞ୍ଚଳରେ ନିଶା ବ୍ୟବସାୟର ଚେର ଲମ୍ବି ରହିଛି । ଏହି ସମୟରେ ଟାଙ୍ଗି ଅଞ୍ଚଳରେ ମଧ୍ୟ ଏକ ସମାନ କେସ ସମାନ ଆସିଛି । ଖୋର୍ଦ୍ଧା ଜିଲ୍ଳାର ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଜଣେ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଏଥି ସହିତ ବ୍ୟବସାୟୀଙ୍କ ନିକଟରୁ ଏକ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଗବତ ହୋଇଥିବା ସୂଚନା ମିଳିଛି । ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିିରି ଗ୍ରାମର ଅରୁଣ ବେହେରା ।
ଅରୁଣ ଏହି ବ୍ୟବସାୟ ସହିତ ଦୀର୍ଘ ଦିନ ପୂର୍ବରୁ ଜଡିତ ଥିବା ସହ ପୋଲିସ ଆଖିରେ ଧୂଳି ଦେଇ ବ୍ୟବସାୟ କରୁତିବା ସୂଚନା ଦେଇଛନ୍ତି ଟାଙ୍ଗୀ ଅବକାରୀ ଅଧିକାରୀ ଆଳୋକ ପ୍ରଧାନ । ତେବେ ଆଜି ଫେରାର ହେବାକୁ ଚେଷ୍ଟା କରିବା ସମୟରେ ଅବକାରୀ ବିଭାଗ ହାତରେ ଧରା ପଡିଥିଲା ଅରୁଣ । ଏହାପରେ ଘଟଣା ନେଇ ଅଧିକ ଖୋଳତାଡ ଜାରି ରଖିଛି ଅବକାରୀ ବିଭାଗ । ବ୍ୟବସାୟର ମୂଳ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରୁଛି ଅବକାରୀ ବିଭାଗ ।