ଶ୍ରୀକ୍ଷେତ୍ରରୁ ଜବତ ହେଲା ବ୍ରାଉନସୁଗାର; ୫ ଗିରଫ

ପୁରୀ: ପୁରୀ ପୋଲିସକୁ ପୁଣି ମିଳିଛି ଏକ ବଡ ସଫଳତା । ୧୨୦ ଗ୍ରାମ ବ୍ରାଉନସୁଗାର ସହିତ ୫ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ଏବଂ ପୋଲିସ । ପୁରୀ ଲୋକନାଥ ରୋଡ ଜଙ୍ଗଲ ନିକଟରୁ ବ୍ରାଉନସୁଗାର ଜବତ କରିଛି ବାସେଳୀ ସାହି ଥାନା ପୋଲିସ ।
ଏସଟିଏଫ ଏବଂ ବାସେଳୀ ସାହି ଥାନା ପୋଲିସର ମିଳିତ ଚଢାଉରେ ଜବତ ହୋଇଛି ୧୨୦ ଗ୍ରାମ ବ୍ରାଉନସୁଗାର । ଏଥିସହିତ ୫ ଜଣ ବ୍ରାଉନସୁଗାର ଗିରଫ ହୋଇଥିବା ଜଣାଯାଇଛି । ସେମାନଙ୍କ ନିକଟରୁ ନଗଦ ୪୦୦୦ ଟଙ୍କା, ୪ଟି ମୋବାଇଲ, ୨ ବାଇକ ମଧ୍ୟ ପୋଲିସ ଜବତ କରିଛି । ବ୍ରାଉନସୁଗାର କାରବାରର ମୁଖ୍ୟ ଖୋର୍ଦ୍ଧା ଦଳେଇପୁଟର ପ୍ରଦୀପ କୁମାର ବେହେରା ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି । ପ୍ରଦୀପ ନିଜ ସହଯୋଗୀ କାଳନ୍ଦୀ ବେହେରା, ନିତ୍ୟାନନ୍ଦ ବିଶ୍ୱାଳ ସମେତ ପୁରୀର ରାଜେଶ ପ୍ରଧାନ ଓ ପ୍ରଶାନ୍ତ ବେହେରା ସହ ମିଶି ଏହି ବ୍ରାଉନସୁଗାର କାରବାର କରୁଥିଲା। ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏସପି କେ. ବିଶାଲ ସିଂଙ୍କ ନେତୃତ୍ୱରେ ଏହି ଚଢ଼ଉ ଜାରୀ ରହିବ ବୋଲି ସିଟି ଡ଼ିଏସପି କହିଛନ୍ତି।