ସୁନା ଝିଅ କାଜଲ

ଆଳି(ଅଶ୍ୱିନୀ କୁମାର ସାହୁ):କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ପତ୍ରପୁର ପଞ୍ଚାୟତ ବିଲିକଣା ଗ୍ରାମର କାଶୀନାଥ ମହାରଣା ଓ ଚାନ୍ଦିନୀ ମହାରଣାଙ୍କ ଝିଅ କାଜଲ ମହାରଣା । କାଜଲ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। କାଜଲଙ୍କ ଏହି ସଫଳତା ପାଇଁ ଜିଲ୍ଲା ପରିଷଦ ସଦସ୍ୟା ସ୍ଵାଗତିକା ରାଉତ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କାଜଲ କହିଛନ୍ତି ଯେ ସେ ତୃତୀୟ ଶ୍ରେଣୀ ବୃତ୍ତି ପାଇଥିବା ବେଳେ ଏହି ବୃତ୍ତି ପାଇବା ନିମନ୍ତେ ଦୈନିକ ୧୦ ଘଣ୍ଟା ପରିଶ୍ରମ କରୁଥିଲେ ।ଏହି ସଫଳତା ନିମନ୍ତେ ସେ ଶିକ୍ଷକ ସତ୍ୟବାନ ପରିଡା,ବାପା କାଶୀନାଥ ଓ ମା ଚାନ୍ଦିନୀଙ୍କୁ ଶ୍ରେୟ ଦେଇଛନ୍ତି।ଏହି ସଫଳତା ପାଇବା ପରେ କାଜଲଙ୍କୁ ମିଠା ଖୁଆଇବା ସହିତ ଖୁସିବ୍ୟକ୍ତ କରିଛନ୍ତି ପରିବାର ଲୋକ । କାଜଲ ଏବେ କଷଣଅଣ୍ଟା ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି ।