ଯୌତୁକ ନିର୍ଯାତନା ଦେବାରୁ ଝୁଲି ପଡିଥିଲେ ନବବଧୂ ; ଅଭିଯୋଗ ପରେ ଗିରଫ ହେଲା ସ୍ୱାମୀ

ଭୁବନେଶ୍ୱର;- ଯୌତୁକ ନିର୍ଯାତନା ଦେବାରୁ ଝୁଲି ପଡିଥିଲେ ନବବଧୂ । ଆଉ ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ । ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ, ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ୍ ।  ତେବେ ଏହି ମାମଲାରେ ମୃତ ମହିଳା ଅର୍ଥାତ୍ ତୃପ୍ତି ନାୟକଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ପରେ ସ୍ୱାମୀ ବିକ୍ରମ ନାୟକଙ୍କୁ ଗିରଫ କରିଛି ପୋଲିସ । ଏହାପରେ ଅଭିଯୁକ୍ତ ସ୍ବାମୀ ଜଣକ ବିରୁଦ୍ଧରେ  ସଙ୍ଗୀନ୍ ଦଫା ପୁଲିସ ଲଗାଇଛି। ସୂଚନା ଅନୁଶାରେ, ମଞ୍ଚେଶ୍ୱର ଥାନା ଅଧୀନ ଧିରୁକୁଟି ସାହିର ଏକ ଘର ଭିତରୁ ମିଳିଥିଲା, ନବବଧୂଙ୍କ ଝୁଲନ୍ତା ମୃତଦେହ । ପରେ ସେହି ମହିଳା ଜଣକ, ଭୁବନେଶ୍ୱର ଅନ୍ଧାରୁଆ ଗ୍ରାମର ସୁବାସ ନାୟକଙ୍କ ଝିଅ ତୃପ୍ତି ନାୟକ ବୋଲି ଜଣା ପଡିଥିଲା । ଏପଟେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ବାପଘର ଲୋକ । ଏବଂ ଅଭିଯୋଗ ଆଣିଥିଲେ କି,   ଆମ ଝିଅକୁ ସୁପ୍ରକଳ୍ପିତ ଭାବେ ହତ୍ୟା କରି, ଆତ୍ମହତ୍ୟାର ରୂପ ଦେଉଛନ୍ତି ଝିଅର ଶ୍ୱଶୁର ଘର ଲୋକେ।