ବ୍ୟୁରୋ : ଭାରତୀୟ ଲୋକଙ୍କର ଖାଇବାରେ ରହିଥାଏ ଅନେକ ରୁଚି | ପ୍ରତ୍ୟେକ ଦିନ କିଛି ନୂଆ ନୂଆ ଖାଇବା ପ୍ରସ୍ତୁତ କରିଥାନ୍ତି ସମସ୍ତେ | ତେବେ ଆଜି ଆମେ କିଛି ଏମିତି କଡଵା ପ୍ରଣାଳୀ କହିବୁ ଯାହାକି ଆପଣଙ୍କୁ ବହୁତ ସ୍ୱାଦିଷ୍ଟ ଏବଂ ସହଜ ଲାଗିବ ତିଆରି କରିବା ପାଇଁ | ଆଜି ଆମେ ଜାଣିବା କେମିତି ତିଆରି ହୁଏ ବ୍ରେଡ୍ ମସାଲା ଟୋଷ୍ଟ |
ଆବଶ୍ୟକ ସାମଗ୍ରୀ: ବ୍ରେଡ୍, ସିଝା ଆଳୁ, ଧନିଆ ପତ୍ର, ଲେମ୍ୱୁ, ପିଆଜ, ଟମାଟୋ, କ୍ୟାପ୍ସିକମ୍, ପାଓଭାଜି ମସଲା, ଲଙ୍କା ଗୁଣ୍ଡ, ବର୍ଟ ଏବଂ ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ସିଝା ଆଳୁକୁ ଭଲ ଭାବରେ ଚକଟି ଦିଅନ୍ତୁ । ପରେ ସେଥିରେ କଟା ଧନିଆ ପତ୍ର, ପିଆଜ, ଲେମ୍ୱୁ ରସ, କଟା କ୍ୟାପ୍ସିକମ୍, ଲଙ୍କା ଗୁଣ୍ଡ, ଓ ପାଓଭାଜି ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହା ପରେ ଶେଷରେ ଲୁଣ ପକାଇ ଆଉ ଥରେ ଗୋଳାଇ ଦିଅନ୍ତୁ । ତା’ପରେ ବ୍ରେଡକୁ ଚାରକୋଣିଆ କରି କାଟି ଦିଅନ୍ତୁ । ପରେ ତାୱାରେ ବଟର ପକାଇ ଅଳ୍ପ ସମୟ ପାଇଁ ବ୍ରେଡକୁ ଭାଜି ଦିଅନ୍ତୁ ।
ବ୍ରେଡ୍ ଭାଜି ହେଲା ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ । ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ । ଥଣ୍ଡା ହେଲା ପରେ ତା’ ଉପରେ ବଟରକୁ ଲଗାଇ ଦିଅନ୍ତୁ । ପରେ ବ୍ରେଡ୍ ଉପରେ କରି ରଖିଥିବା ମସଲାକୁ ଦେଇ ଦିଅନ୍ତୁ । ପରେ ତାୱାକୁ ଗ୍ୟାସ ଆଞ୍ଚରେ ବସାଇ ଗରମ କରନ୍ତୁ । ତାୱା ଗରମ ହୋଇଗଲା ପରେ ସେଥିରେ ଅଳ୍ପ ବଟର ପକାନ୍ତୁ । ପରେ ମସଲା ଦେଇ ରଖିଥିବା ବ୍ରେଡକୁ ପକାଇ କିଛି ସମୟ ଭାଜନ୍ତୁ । ଏହା ଟିକେ ଫ୍ରାଏ ହୋଇଗଲା ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ବ୍ରେଡ୍ ମସାଲା ଟୋଷ୍ଟ