ଜଗତସିଂହପୁର: ନୂଆଦା ନିକଟରେ ମାଛଗାଁ କେନାଲରେ ୧୦ ଫୁଟ୍ର ଘାଇ । ଘାଇ ଯୋଗୁଁ ତରିକୁନ୍ଦ ଓ ନୂଆଦା ଅଞ୍ଚଳ ବ୍ୟାପକ ଜଳମଗ୍ନ । କେନାଲ କଡ଼ରେ ଥିବା ୨୦ରୁ ଉର୍ଦ୍ଧ୍ଵ ଘର ପାଣି ଘେରରେ । ତରିକୁନ୍ଦ ବଜାରରେ ୫୫ ନଂ ଜାତୀୟ ରାଜପଥ ଉପରେ ପାଣି । ଫଳରେ କଟକ-ଜଗତସିଂହପୁରକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଘାଇକୁ ମରାମତି କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।
ତେବେ ଜଗତସିଂହପୁର କଟକ ରାସ୍ତାର ତରିକୁନ୍ଦ ଠାରେ ମାଛଙ୍ଗା କେନାଲରେ ୧୦ ଫୁଟର ଘାଇ ହୋଇଛି । ଏନେଇ ତରିକୁନ୍ଦ ପଞ୍ଚାୟତବାସୀ ସମ୍ପୁର୍ଣ୍ଣ ଆତଙ୍କିତ ହୋଇ ପଡିଛନ୍ତି । ବର୍ତ୍ତମାନ ମାଛଙ୍ଗା କେନାଲ ନିକଟରେ ତରିକୁନ୍ଦ ଫାଣ୍ଡି ପୋଲିସ କର୍ମଚାରୀମାନେ ଲୋକଙ୍କୁ ଘାଇ ପାଖକୁ ନ ଯିବା ପାଇଁ ବାରଣ କରିଛନ୍ତି । ଯୁଦ୍ଧକାଳୀନ ଭିତରେ ପାଣିକୁ ରୋକା ନଗଲେ ରାସ୍ତାରେ ପାଣି ଚାଲିବ ବୋଲି ଗ୍ରାମବାସୀ କହିଛନ୍ତି । ବନ୍ଧ ଭାଙ୍ଗି କେନାଲ ପାଣି ଗାଁ ଭିତରକୁ ମାଡ଼ି ଆସିଛି । ତରିକୁନ୍ଦ ପୁଲିସ ଫାଣ୍ଡି ସହ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯିବ । କହିରଖୁଛୁ ଯେ, ଦୁଇ ତିନି ବର୍ଷ ତଳେ ବି ତରିକୁନ୍ଦ ପାଖରେ ବନ୍ଧ ଭୁଶୁଡିଥିଲା ।