ବିିପିୟୁଟି ୟୁଜି ଓ ପିଜି ପାଇଁ ପ୍ରକାଶ ପାଇଲା ଶିକ୍ଷାବର୍ଷ କ୍ୟାଲେଣ୍ଡର
ବିପିୟୁଟି, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ୨୦୨୧ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସବୁ ବୈଷୟିକ କଲେଜ ଗୁଡ଼ିକରେ ଆସନ୍ତା ଅକ୍ଟୋବର ୧ରୁ ଉଭୟ ୟୁଜି
(ଭୁବନେଶ୍ୱର) : ବିପିୟୁଟି, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ୨୦୨୧ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସବୁ ବୈଷୟିକ କଲେଜ ଗୁଡ଼ିକରେ ଆସନ୍ତା ଅକ୍ଟୋବର ୧ରୁ ଉଭୟ ୟୁଜି ଓ ପିଜି ପ୍ରଥମ ବର୍ଷ ପିଲାଙ୍କ ପ୍ରଥମ ସେମିଷ୍ଟର ପାଇଁ ପାଠପଢ଼ା ଆରମ୍ଭ ହେବ । ସନ୍ତାବର୍ଷ ଜାନୁଆରୀ ୨୪ରୁ ଫେବ୍ରୁଆରୀ ୫ ଯାଏ ସେମିଷ୍ଟାର ପରୀକ୍ଷା କରାଯିବ । ମାର୍ଚ୍ଚ ୪ରେ ଫଳ ପ୍ରକାଶ ପାଇବ । ଫେବ୍ରୁଆରୀ ୧୪ରୁ ପୁଣି ଦ୍ୱିତୀୟ ସେମିଷ୍ଟାର ପାଇଁ ପାଠପଢ଼ା ଚାଲିବ ।
ସୂଚନାନୁଯାୟୀ , ନଭେମ୍ବର ୨ ତାରିଖରେ ଛାତ୍ରଛାତ୍ରୀଙ୍କ ନାମ ବିଶ୍ୱବିଦ୍ୟାଳୟ ପୋର୍ଟାଲ୍ରେ ପ୍ରକାଶ ପାଇବ । ଏହାପରେ କଲେଜ କର୍ତ୍ତୃପକ୍ଷ ନଭେମ୍ବର ୩ରୁ ୯ ତାରିଖ ପର୍ଯ୍ୟନ୍ତ କ୍ଲାସ୍ ଟେଷ୍ଟ କରିବେ । ୧୦ ତାରିଖରେ ଏହାର ଫଳ ପ୍ରକାଶ କରିବେ । ପୁଣି ଡିସେମ୍ବର ୯ରୁ ୧୪ ଯାଏ ଦ୍ୱିତୀୟ କ୍ଲାସ୍ ଟେଷ୍ଟ ହେବ । ଏହାର ଫଳ ଡିସେମ୍ବର ୧୫ ତାରିଖରେ ବାହାରିବ । ଆସନ୍ତାବର୍ଷ ଜାନୁଆରୀ ୨୪ରୁ ଫେବ୍ରୁଆରୀ ୫ ଯାଏ ସେମିଷ୍ଟାର ପରୀକ୍ଷା କରାଯିବ । ମାର୍ଚ୍ଚ ୪ରେ ଫଳ ପ୍ରକାଶ ପାଇବ । ଫେବ୍ରୁଆରୀ ୧୪ରୁ ପୁଣି ଦ୍ୱିତୀୟ ସେମିଷ୍ଟାର ପାଇଁ ପାଠପଢ଼ା ଚାଲିବ