ବୌଦ୍ଧ ପୋଲିସ ପକ୍ଷରୁ ଟାଉନ ହଲ ଠାରେ ସାଇବର ସୁରକ୍ଷା ଅଭିଯାନ ସଭା ଅନୁଷ୍ଠିତ

ବୌଦ୍ଧ ପୋଲିସ ପକ୍ଷରୁ ଟାଉନ ହଲ ଠାରେ ସାଇବର ସୁରକ୍ଷା ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଲ ବିଧାୟକ କହ୍ନେୟୀ ଚରଣ ଡାଙ୍ଗ ମୁଖ୍ୟତିଥି ଭାବେ ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ । ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋୟଲ ସଭାରେ ସାଇବର ଠକଙ୍କ ଠାରୁ ଦୁରେଇ ରହିବା ପାଇଁ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ । ଦିନକୁ ଦିନ ସାଇବର ଠକ ମାନେ ନୂତନ କୌଶଳ ଅବଲମ୍ବନ କରୁଥିବାରୁ କୌଣସି ପ୍ରକାର ଠକାମୀର ଶିକାର ହେଲେ ତୁରନ୍ତ ସାଇବର ଥାନାକୁ ଆସି ଅଭିଯୋଗ କରିବା ପାଇଁ ଆରକ୍ଷୀ ଅଧୀକ୍ଷକ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ । ଏହି ସଚେତନତା ସଭାରେ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।