ନୂଆଦିଲ୍ଲୀ: ନୋଏଡାରେ ସ୍କୁଲକୁ ବୋମା ବିସ୍ଫୋରଳ ଧମକ । ଆଜି ସକାଳେ ଇମେଲ ମାଧ୍ୟମରେ ନୋଏଡାର ଗୌତମବୁଧ ନଗର ଜିଲ୍ଲାର କିଛି ସ୍କୁଲକୁ ବୋମା ଧମକ ମିଳିଛି । ଯାହା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ଏନେଇ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି । ତେବେ ଧମକ ମିଳିଥିବା ସ୍କୁଲ ମଧ୍ୟରେ ହେରିଟେଜ ସ୍କୁଲ ଓ ମରୟର ସ୍ତୁଲ ମଧ୍ୟ ସାମିଲ ଅଛି ।

ସୂଚନା ଅନୁଯାୟୀ, ସମସ୍ତ ସ୍ଥାନରେ ସ୍ଥିତି ଭଲ ରହିଛି । ଆନକ ସ୍କୁଲରେ ପୁଣଥରେ ପାଠପଢା ମଧ୍ୟ ଆରମ୍ଭ ହୋଇଛି ।
ନୋଏଡା ପୋଲିସ ଟିମ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଯାଏଁ କୌଣସି ବି ସ୍କୁଲରୁ କିଛି ଆପତ୍ତିଜନକ ସାମଗ୍ରୀ ମିଳିନି । ସାଇବରୀ ଟିମ ଦ୍ୱାରା ଇମେଲର ଯାଞ୍ଚ କରାଯାଉଛି ।ପୋଲିସ ଏଭଳି ମିଛ ଗୁଜବକୁ ଧ୍ୟାନ ନ ଦେଇ ସଂଯମତା କକ୍ଷା କରିବାକୁ ଅନୁରୋଧ କରିଛି ।