ଢାବା ଉପରକୁ ବୋମାମାଡ

(ମମତା ସାମଲ)ରିପୋର୍ଟସଟୁଡେ: ଦିନକୁ ଦିନ ନୟାଗଡରେ ଦୃର୍ବୁତ୍ତଙ୍କ ଉପଦ୍ରବ ବଢିବାରେ ଲାଗିଛି । ଗୋଡିପଡାରେ କିଛି ଦୃବର୍ତ୍ତ ଏକ ଢାବା ଉପରକୁ ବୋମାମାଡ କରି ଟଙ୍କା ଲୁଟି ନେଇଛନ୍ତି ।
ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଗୋଡ଼ିପଡ଼ାରେ ସାତଜଣ ଦୁର୍ବୃତ୍ତ ଆସି ସେଠାରେ ଥିବା ଏକ ଢାବା ଉପରକୁ ହଠାତ ବୋମାମାଡ଼ କରିଥିଲେ । ଏହା ସହ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଢାବାରେ କାର୍ୟ୍ୟ କରୁଥିବା ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି । ଏହାସହ ବୋମାମାଡ଼ରେ ଗୋଟିଏ ବାଇକରେ ନିଆଁ ଲାଗି ପୋଡ଼ିଯାଇଥିବା ଜଣାପଡ଼ିଛି । ଖବର ପାଇ ଶରଣକୂଳ ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ବୋମା ଜବତ ସହ ତଦନ୍ତ ଆରମ୍ଭ କରିଛି । ଏଯାବତ ବୋମାମାଡ଼ ଓ ଲୁଟ କାରଣ ଅସ୍ପଷ୍ଟ ରହିଛି ।