ଗୋପ(ଜୟନ୍ତ କୁମାର ସେଠି): କୋଣାର୍କ – ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବିରଭଦ୍ର ନାୟକ, ସୁଭାଶିନୀ ସାମନ୍ତରାୟ, ସୁପ୍ରିୟା ପ୍ରିୟଦର୍ଶିନୀ ନାୟକଙ୍କ ସହ ଡ୍ରାଇଭର କାଳନ୍ଦୀ ସାହୁ ଗତକାଲି ଏକ ବୋଲେରୋ (OD 02 BG 6181) ରେ ଗୋପ ଥାନା ଅନ୍ତର୍ଗତ ଏରବଙ୍ଗ ପଞ୍ଚାୟତର ପଦିନିପଦା ଗାଁକୁ ନିଜ ବନ୍ଧୁ ଘରକୁ ବୁଲିବାକୁ ଆସିଥିଲେ। ଆଜି ଦିନ ୧ଟା ସମୟରେ ସମସ୍ତ ସଦସ୍ୟଙ୍କ ସହ ଯିବା ସମୟରେ କୁନ୍ଦୁରା ଛକ ନିକଟରେ ଗାଡିଟି ନିଜ ଭାରସ୍ୟାମ ହରାଇ ଦୁର୍ଘଟଣାରେ ଗାଡିଟି ବିଲ ମଝିକୁ ଖସି ପଡ଼ିଥିଲା ।
ଗାଡିରେ ଥିବା ଯାତ୍ରୀ ମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ପ୍ରଥମେ ଗୋପ ମେଡିକାଲ ଓ ପରେ ପୁରୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି। ଉକ୍ତ ଗାଡ଼ିରେ ଡ୍ରାଇଭର ସମେତ ମୋଟ ୮ ଜଣ ସଦସ୍ୟ ଥିବା ବେଳେ ୫ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଏବଂ ୩ ଜଣ ଅତ୍ୟନ୍ତ ଗୁରୁତର ଥିବା ଜଣାପଡିଛି।