ଅସାଧୁ ବ୍ୟବସାୟୀଙ୍କୁ ଲକ୍ଷେ ଟଙ୍କା ଜୋରିମାନା କଲା ବିଏମସି

ଭୁବନେଶ୍ୱର: ଲକ୍ଷେ ଟଙ୍କା ଜରିମାନା ଆଦାୟ କଲା ଭୁବନେଶ୍ୱର ମହାନଗର ନିଗମ । ସରକାରୀ ଜମିରେ ବେଆଇନ ଭାବେ ଚାଲିଥିଲା ପୋଡା ମୋବିଲ କାରବାର । ଭିଏସଏସ ନଗର ସ୍ଥିତ ଏକ ସ୍କୁଲ ନିକଟରେ ଚାଲିଥିଲା ଏହି ବେଆଇନ କାରବାର । ସ୍ଥାନୀୟ ଲୋକେ ଏବଂ କର୍ପୋରେଟର ବାରମ୍ବାର ଏ ନେଇ ସଂପୃକ୍ତ ବ୍ୟବସାୟୀଙ୍କୁ କହିଥିଲେ। କିନ୍ତୁ ଏବେ ଡେଙ୍ଗୁ ଜ୍ୱର ଆତଙ୍କ ଦେଖାଦେଇଛି । ଏପରି ସ୍ଥିତିରେ ମଶା ବ୍ୟାପିବା ପଛରେ ଏହି ପୋଡା ମୋବିଲ ସ୍ଥାନ ଥିବା କୁହାଯାଉଥିଲା । ଶେଷରେ ବିଏମସି ସଂପୃକ୍ତ ସ୍ଥାନକୁ ସିଜ୍ କରିବା ସହିତ ଅସାଧୁ ବ୍ୟବସାୟୀଙ୍କ ଠାରୁ ଲକ୍ଷେ ଟଙ୍କା ଜରିମାନା ଆଦାୟ କରିଛି ।