ରାସ୍ତା କଡ଼ରୁ ହଟିବ ପଡିରହିଥିବା ଅଚଳ ଗାଡ଼ି, ନିର୍ଦ୍ଧେଶ ଦେଲା ବିଏମସି

ଭୁବନେଶ୍ୱର: ଏଣିକି ରାସ୍ତା ରାସ୍ତା କଡରେ ରହିଥିବା ଅଚଳ ଗାଡ଼ି ଉଠାଇନେବ ବିଏମସି । କ’ଣ ରାସ୍ତା କଡ଼ରେ ପକାଇ ରଖିଛନ୍ତି କି ଅଚଳ ଗାଡ଼ି ? ତେବେ ତୁରନ୍ତ ଉଠାଇ ନିଅନ୍ତୁ । ଅଚଳ ଓ ଅବ୍ୟବହୃତ ଗାଡି ରାସ୍ତାରେ ରଖିଲେ ଉଠାଇ ନେବ ବିଏମସି । ଏପରି ନିର୍ଦ୍ଦେଶନାମା ବିଏମ୍ସି ପକ୍ଷରୁ ଜାରି କରାଯାଇଛି । କେବଳ ଅଚଳ ଗାଡ଼ି ନୁହେଁ ଠେଲା, କ୍ୟାବିନ୍ , ରିକ୍ସା ଓ ଟାୟାର ବି ଉଠିବା ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛି ବିଏମସି । ବିଏମସି ପକ୍ଷରୁ କୁହାଯାଇଛି ଯେ, ଏଭଳି ଗାଡି ରଖୁଥିବା ମାଲିକଙ୍କୁ ତାଗିଦ୍ କରିବା ସହ ସେମାନଙ୍କୁ ବିଏମସି ପକ୍ଷରୁ ୭ ଦିନିଆ ନୋଟିସ୍ ଦିଆଯିବ । ଏହି ସମୟ ଭିତରେ ଗାଡି ନହଟାଇଲେ ବିଏମସି ଆସି ଗାଡି ଉଠାଇନେବ । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ମଧ୍ୟ ଦିଆଯାଇଛି। ରାସ୍ତା କଡ଼ରେ ପଡି ପଡି ଗାଡ଼ି ଖତ ଖାଉଥିବା ଅନେକ ସମୟରେ ଦେଖିବାକୁ ମିଳିଛି । ବିଏମ୍ସି କର୍ମଚାରୀ ରାସ୍ତାରେ ଥିବା ଅଚଳ ଗାଡିକୁ ଉଠାଇବା ପାଇଁ ସେହି ଗାଡିରେ ନୋଟିସ୍ ଲଗାଇଛନ୍ତି । ତେବେ ବିଏମ୍ସିର ଏଭଳି ପଦକ୍ଷେପକୁ କିଛି ଲୋକ ସ୍ୱାଗତ କରିଛନ୍ତି।