ନିମ୍ନ ରକ୍ତଚାପରୁ ରକ୍ଷା କରେ ଅଗ୍ନିଶକ୍ତି ମୁଦ୍ରା

(ଶୁଭସ୍ମିତା ଦାଶ): ଆପଣ ନିମ୍ନ ରକ୍ତଚାପରେ ଆକ୍ରାନ୍ତ କି? ଏଥିପାଇଁ ଆପଣ ନିୟମିତ ଭାବେ ଔଷଧ ଖାଉଥିବେ । ତା ପରେ ବି ଆପଣ ଏଥିରୁ ମୁକ୍ତି ପାଇପାରୁ ନାହିଁନ୍ତି । ଚିନ୍ତା କରନ୍ତୁ ନାହିଁ ,ଅଗ୍ନିଶକ୍ତି ମୁଦ୍ରା ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇପାରିବେ ।

ସାଧାରଣତଃ ରକ୍ତଚାପ ସ୍ତର ୧୨୦/୮୦ ମଧ୍ୟରେ ରହିଥାଏ । ଯଦି ରକ୍ତଚାପ ସ୍ତର ୯୦ରୁ କମ୍ ରହିଲେଏହାକୁ ନିମ୍ନ ବ୍ଲଡ଼ପ୍ରେସର କୁହାଯାଏ । ଚୀନ୍ତା ଓ ବ୍ୟସ୍ତବହୁଳ ଜୀବନଯାପନ ଶୈଳୀ ପାଇଁ ରକ୍ତଚାପ ଉପର ତଳ ହୋଇଥାଏ । ନିମ୍ନ ରକ୍ତଚାପ ଫଳରେ ଶରୀରରେ ରକ୍ତ ଚାପ କମ୍ ହୋଇଥାଏ । ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇନଥାଏ । ଯାହା ଫଳରେ ଅନେକ ସମୟରେ ହାର୍ଟ,କିଡ଼ନୀ,ଫୁସଫୁସ ଓ ମସ୍ତିଷ୍କ ଆଂଶିକ ବା ପୂରା କାମ କରିବା ବନ୍ଦ କରିଦିଏ । ରକ୍ତଚାପ ଅସମାନ୍ୟ ଭାବେ କମିବା ଯୋଗ ହାର୍ଟ,କିିଡ଼ନୀ,ଫୁସଫୁସ,ମସ୍ତିଷ୍କର କାର୍ଯ୍ୟ ଉପରେ ପ୍ରଭାବ ପଡ଼ିଥାଏ । । ନିମ୍ନ ରକ୍ତଚାପ ଫଳରେ ମୁଣ୍ଡବ୍ୟଥା, ଦୁର୍ବଳ ଲାଗିବା,ମୁଣ୍ଡ ଘୂରାଇବା ପରି ସମସ୍ୟା ଦେଖାଦେଇଥାଏ ।

କିପରି କରିବେ ଏହି ମୁଦ୍ରା
ଓୂର୍ଯ୍ୟୋଦୟ ପୂର୍ବରୁ ଏହି ମୁଦ୍ରା କରିବା ଦ୍ୱାରା ଏହା ଶୀଘ୍ର ପ୍ରଭାବ ଦେଖାଇଥାଏ । ଦୁଇ ହାତର ତର୍ଜନୀ, ମଧମା, ଅନାମିକା ଓ କନିଷ୍ଠ ଆଙ୍ଗୁଠିକୁ ମୁଠା କରନ୍ତୁ । ଦୁଇ ହାତର ଆଙ୍ଗୁଠିର ଅଗ୍ରଭାଗକୁ ପରସ୍ପର ଭିତରେ ମିଶାନ୍ତୁ । ଏହି ସମୟରେ ନିଶ୍ୱାସକୁ ମଧ୍ୟ ନିୟନ୍ତ୍ରଣରେ ରଖନ୍ତୁ । ପ୍ରାୟ ୧୫ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଏହି ମୁଦ୍ରାରେ ରୁହନ୍ତୁ । ଅଗ୍ନିଶକ୍ତି ମୁଦ୍ରା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।