ମହାଲକ୍ଷ୍ମୀ ଫିଲିଙ୍ଗ୍ ପଏଣ୍ଟ୍ ପକ୍ଷରୁ ରକ୍ତଦାନ ଶିବିର, ୯୨ ୟୁନିଟ ରକ୍ତ ସଂଗ୍ରହ

 

ଗଞ୍ଜାମ /ରଜନୀକାନ୍ତ ପାତ୍ର : ସମରଝୋଳ ସ୍ଥିତ ମହାଲକ୍ଷ୍ମୀ ଫିଲିଂ ପଏଣ୍ଟ ର ପ୍ରଥମ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ, ଗ୍ରୀଷ୍ମ ଋତୁରେ ସୃଷ୍ଟି ହେଉଥିବା ଉତ୍କଟ ରକ୍ତଭାବର ଦୂରୀକରଣ ଏବଂ ନୂତନ ରକ୍ତଦାତା ସୃଷ୍ଟି ଉଦ୍ଧେଶ୍ୟରେ ସମରଝୋଳ ଫିଲିଙ୍ଗ୍ ପଏଣ୍ଟ ଠାରେ ଆୟୋଜିତ ହୋଇଥିଲା ଏକ ଗ୍ରୀଷ୍ମକାଳୀନ ସ୍ବେଚ୍ଛାକୃତ ରକ୍ତଦାନ ଶିବିର। ଉକ୍ତ ଶିବିରକୁ ହିଞ୍ଜିଳି କାଟୁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ଦାସ ମହୋଦୟ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ସିଇଓ ଶ୍ରୀଯୁକ୍ତ ଜେ. ବାବୁ ମହୋଦୟ,ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ଗୌରହରି ପୋଲାଇ ମହୋଦୟ,ମକରଝୋଳର ପ୍ରାକ୍ତନ ସରପଞ୍ଚ ଶ୍ରୀଯୁକ୍ତ ବି. ଶଙ୍କର ମହୋଦୟ ଏବଂ ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ନିମାଇଁ ଚରଣ ଗଉଡ଼ ମହୋଦୟଙ୍କ ଉପସ୍ଥିତିରେ ହିଞ୍ଜିଳିକାଟୁ ବିଡ଼ିଓ ଶ୍ରୀଯୁକ୍ତ ସୁବ୍ରତ କୁମାର ଜେନା ମହୋଦୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତତ୍ ପରେ ସମସ୍ତ ଅତିଥି ମଞ୍ଚାସିନ ହୋଇ ସମାଜ ଉଦ୍ଧେଶ୍ୟରେ ରକ୍ତଦାନ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିବା ସମେତ ଶିବିର ପରିଦର୍ଶନ ପୂର୍ବକ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ  ସମାଜ ସେବା କ୍ଷେତ୍ରରେ ନିଜର ଅବଦାନ ପାଇଁ କିଛି ସ୍ଥାନୀୟ ସମାଜସେବୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।ଉକ୍ତ ଶିବିରରେ ମୋଟ ୨ ଜଣ ଦିବ୍ୟାଙ୍ଗ ରକ୍ତଦାତାଙ୍କ ସମେତ ୯୨ ଜଣ ରକ୍ତବୀର ରକ୍ତଦାନ କରି ଶିବର ପାଇଁ ବୃହତ ସଫଳତା ଆଣିଥିଲେ। ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ସହ ମେଡାଲ ଦେଇ ସମ୍ମାନିତ କରାଗଲା। ଉକ୍ତ ଶିବିରକୁ ବିପଦର ବନ୍ଧୁ ଓଡ଼ିଶାର ସଦସ୍ୟ ଏବଂ ମହାଲକ୍ଷ୍ମୀ ଫିଲିଂ ପଏଣ୍ଟର କର୍ମଚାରୀବୃନ୍ଦ ପରିଚାଳନା କରିଥିଲେ। ଏହି ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମକର୍ତ୍ତା ବୃନ୍ଦ ରକ୍ତସଂଗ୍ରହ କରିଥିଲେ। ବିପଦର ବନ୍ଧୁ ଓଡିଶା ସଂଗଠନର ମୁଖପାତ୍ର ଶ୍ରୀମାନ ଚିନ୍ମୟ କୁମାର ପୋଲାଇ ଏହି ଶିବିରରେ ମଞ୍ଚ ପରିଚାଳନା କରିଥିଲେ।ଯୁବ ଉଦ୍ୟୋକ୍ତାଙ୍କ ପରିକଳ୍ପନାରେ ସମାଜସେବାର ଏ ବଳିଷ୍ଠ ଉଦାହରଣକୁ ସ୍ଥାନୀୟ ବୁଦ୍ଧିଜୀବିଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ପ୍ରକାଶ ଥାଉ କି ରକ୍ତଭାବର ଦୁରୀକରଣ ନିମନ୍ତେ ସର୍ବଦା ଚେଷ୍ଟିତ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ଗତ ଦେଢ଼ ମାସ ମଧ୍ୟରେ ଗଞ୍ଜାମର ବିଭିନ୍ନ ସ୍ଥାନରେ ସର୍ବମୋଟ ୭ଟି ସଫଳ ରକ୍ତଦାନ ଶିବିର ଆୟୋଜନ କରାଇ ନିଜ ସେବା ପରାୟଣ ମନୋଭାବର ବଳିଷ୍ଠ ପରିଚୟ ପ୍ରଦାନ କରିଛନ୍ତି।