ପିପିଲିରେ ରକ୍ତଦାନ ଶିବିର ଅନୁଷ୍ଠିତ

ପିପିଲି: ଆଜି ପ୍ରଦୀପ୍ତ ଡି ଆଡ଼ିକ୍ସନ ସେଣ୍ଟର ସମର୍ପିତ ଓଡ଼ିଶା ଓ ସେବା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ପିପିଲି ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି ନିଶା ନିବାରଣ କେନ୍ଦ୍ରରେ ରହି ମାରାତ୍ମକ ନିଶା ଡ୍ରଗ୍ସ କବଳରୁ ମୁକ୍ତ ହୋଇ ରକ୍ତଦାନ କରିଥିଲେ ଏଠାକାର ଅନ୍ତେବାସୀ । ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ରାଜେଶ ମହାପାତ୍ର ଯୁବକ ମାନଙ୍କର ବ୍ୟକ୍ତିଗତ ତତ୍ତ୍ୱାବଧାନ ନେଇ ଏମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଥିବାରୁ ଅତିଥି ମାନେ ପ୍ରଶଂସା କରିଥିଲେ ।
ଆଜିର ଶିବିରରୁ ବିଏମସି ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗୃହୀତ ହୋଇଥିଲା । ସମର୍ପିତ ଓଡ଼ିଶା ତଥା ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସଦାଶିବ ଜେନା ଆଜିର ଶିବିରରେ ସମସ୍ତ ରକ୍ତ ଦାତା ମାନଙ୍କୁ ଏବଂ ରାଜେଶ ମହାପାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସମର୍ପିତ ଓଡ଼ିଶାର ସମ୍ପାଦକ ସୁଶୀଲକାନ୍ତ ପ୍ରଧାନ ଶିବିର ପରିଚାଳନା କରିଥିଲେ।