ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ରାୟଗଡା ଗସ୍ତରେ ୫ଟି ସଚିବ ଭି.କେ.ପାଣ୍ଡିଆନ । ଆଜି ଦ୍ୱିତିୟ ଦିନରେ ସକାଳୁ ୯.୫୦ ମିନିଟ ରେ ବିଷମ କଟକ ରେ ତିଆରି ହୋଇଥାବା ନୁତ୍ତନ ମିଶନ ଶକ୍ତି କ୍ୟାଫେ ରେ ଫହଁଚି ଥିଲେ । ସେଠାରେ ମହିଳାମାନେ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ ଓ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ । ସେଠାରେ ସକାଳ ଜଳଖିଆ ଖାଇବା ପରେ ନିୟମ ଗିରୀ ପାଦଦେଶରେ ଥିବା ଜଳ ପ୍ରପାତ ବୁଲି ଦେଖିବା ସହ ରାଜ୍ୟ ସରକାର ଙ୍କ ଦ୍ଵାରା ନୂତନ କଟେଜ ତିଆରି ହେଉଥିବା ଗୃହ କୁ ବୁଲି ଦେଖିଥିଲେ । ସେ ସବୁର ଉନ୍ନତି କରଣ କରାଯିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଓ ଚଟିକୋଣ ରେ ଥିବା ଶିବ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ ପରେ ସେଠାରେ ଉପସ୍ଥିତ ଶତାଧିକ ଛାତ୍ରୀଛାତ୍ରଙ୍କ ଓ ଡଙ୍ଗରିଆ ମହିଳାଙ୍କ ସହ ଆଲୋଚନା କରି ସେମାନଙ୍କ କଥା ଶୁଣିଥିଲେ । ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପିଲାଙ୍କୁ ଉତ୍ସାହିତ କରି ବା ସହ ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଉନ୍ନତ କରିବା ପାଇଁ ସର୍ବଦା ତତ୍ପର ବୋଲି କହିଥିଲେ । ସେଠାରୁ ବିଷମ କଟକ ସହର ମଧ୍ୟ ଭାଗରେ ଥିବା ୧୩ ଏକର ରୁ ଉର୍ଦ୍ଧ୍ବ ବିଶିଷ୍ଟ ବୃହତ ନେଳିଆ ବନ୍ଦ (ପୋଖରୀ) ବୁଲି ଦେଖିଥିଲେ ଓ ଏହାର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳ ଙ୍କୁ ନିଦର୍ସ ଦେଇଥିଲେ । କଲ୍ୟାଣ ମଣ୍ଡପ ରେ ଗ୍ରୁପୁ ମହିଳା ମ।ନଙ୍କ ସହ ଆଲୋଚନା କରିଥିଲେ ଏହାପରେ ମିନି ଷ୍ଟାଡ଼ିୟମରେ ଉପସ୍ଥିତ ଜନସାଧାରଣ ଓ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ଗ୍ରହଣ କରିଥିଲେ । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ଏଥି ସହିତ ଜଳସେଚନ, ଶିକ୍ଷା, ପୋଲ, ରାସ୍ତା, ମନ୍ଦିର, ଚର୍ଚ୍ଚ ସହ ସମସ୍ତ ଧର୍ମପୀଠଗୁଡ଼ିକ ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ପାଣ୍ଡିଆନ କହିଥିଲେ । ତା ସହିତ ସମସ୍ତ ଦାବି ୧୦ଦିନ ମଧ୍ୟରେ ପୂରଣ କରାଯିବ ବୋଲି କହିଛନ୍ତି । ବ୍ଲକ ଶିକ୍ଷାର ମାନ ବୃଦ୍ଧି ପାଇଁ ସମସ୍ତ ସ୍କୁଲ, କଲେଜ ରୂପାନ୍ତରଣ କରିବା ସହ ନୂତନ କୋଠା, ଲାଇବ୍ରେରୀ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରାଯିବ । ଏଥି ସହିତ ସମସ୍ତ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଗସ୍ତ ସମୟରେ ଚାଟିକୋଣ ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପାଇଁ ରହିଥିବା ଆବଶ୍ୟକତା ନେଇ କମିଟି ସହ ଆଲୋଚନା କରିବା ସହିତ ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରିଥିଲେ । ଏହି ଗସ୍ତରେ ୫-ଟି ସଚିବଙ୍କ ସହ କ୍ରୀଡ଼ା ସଚିବ ଆର.ଭିନିଲ କ୍ରୀଷ୍ଣା, ଡିଆଇଜି ଚରଣ ସିଂ ମୀନା, ଜିଲାପାଳ ସ୍ୱଧାଦେବ ସିଂ, ଏସପି ବିବେକାନନ୍ଦ ଶର୍ମାଙ୍କ ସମେତ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ସଚିବଙ୍କ ଗସ୍ତ ପାଇଁ ଡିଆଇଜି ମୀନା ଓ ଏସପି ବିବେକାନନ୍ଦ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଝଊଚଙ ଆକାଶ କୁମାର ସାହୁ ,ବିଷମ କଟକ ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲେ ଡି କେ ଡ଼ି ସ୍ୱତନ୍ତ୍ର ଅଧିକାରୀ ଜଗତ ଜୀବନ ବର୍ଗର୍ତୀ ,ଡି କେ ଡ଼ି ପରିଚାଳନା ନିଦର୍ଶକ ସୁଦର୍ଶନ ପଢି ଉପସ୍ଥିତ ଥିଲେ ।