କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଲଙ୍କାଗଡ ଗସ୍ତ ରେ ଡିଜିପି ସୁନୀଲ କୁମାର ବଂଶଲ । ଲଙ୍କାଗଡ ଠାରେ ନିର୍ମାଣଧୀନ ସି.ଆର.ପି.ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ ଡିଜିପି ସୁନୀଲ କୁମାର ବଂଶଲ । ଏହି ଅବସରରେ ଡିଜିପି ଲଙ୍କାଗଡ ଗ୍ରାମ ରେ ପହଂଚିବା ପରେ ସ୍ଥାନୀୟ ବାସିନ୍ଦା ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଲଙ୍କାଗଡ ଗ୍ରାମ ର ସ୍ଥାନୀୟ ବାସିନ୍ଦା ଙ୍କୁ କମ୍ବଳ, ଶାଲ, ଶାଢ଼ୀ, ଟି. ସାର୍ଟ ଆଦି ନିଜେ ବଣ୍ଟନ କରିଥିଲେ ପୋଲିସ ଡିଜିପି ସୁନୀଲ କୁମାର ବଂଶଲ ।
କନ୍ଧମାଳ ଜିଲ୍ଲା ଏସପି ବିନୀତ ଅଗ୍ରୱାଲ, ବାଲିଗୁଡା ଏସଡିପିଓ ଜି. ଆର ରେଡ଼ି ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସହ ମାଓ ଦମନ ଓ ମାଓ ସ୍ଥିତି ନେଇ ସମୀକ୍ଷା କରିଥିଲେ । ପରେ ସି.ଆର.ପି.ଏଫ ୧୨୭ ବାଟାଲିୟନ ରେ ପହଂଚି ନିୟୋଜିତ ଯବାନ ଓ ଏସ.ଓ.ଜି ଯବାନ ଙ୍କ ସହ ଆଲୋଚନା କରିଥିଲେ । ମାଓ ଦମନ ନେଇ ସିଆରପିଏଫ ୧୨୭ ବାଟାଲିୟନ ରେ ନିୟୋଜିତ ଯବାନ ଙ୍କୁ ଆହ୍ୱାନ ଦେଇଥିଲେ ପୋଲିସ ଡିଜିପି । ଏଥିସହ କନ୍ଧମାଳ ଜିଲ୍ଲା ରେ ମାଓ ଗତିବିଧି କମିଥିବା କହିଛନ୍ତି ଡିଜିପି । ମାଓବାଦୀ ଙ୍କୁ ହିଂସା ଛାଡି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ମାଓବାଦୀ ଙ୍କୁ ଆହ୍ୱାନ ଦେଇଛନ୍ତି ଡିଜିପି ବଂଶଲ । ଡିଜିପି ଙ୍କ ଗସ୍ତ ରେ ଗୋଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା, ଆଇନ ଶୃଙ୍ଖଳା ଏ. ଡି. ଜି ଆର.କେ ଶର୍ମା, ଆଇ.ଜି ଅପେରସନ ଅମିତାଭ ଠାକୁର, ଏସ. ଆଇ.ଡବ୍ଲୁ ଡି.ଆଇଜି ଅନିରୁଦ୍ଧ ସିଂ, କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।