ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିବାଦ

ଚାନ୍ଦବାଲି:- ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସହ କୁଶ ପୁତ୍ତଳିକା ଦାହ l ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି, ଉଦିତ ପ୍ରଧାନ  ଜଣେ ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏବେ  ସେହି ଘଟଣାକୁ ତୀବ୍ର ନିନ୍ଦା କରିଛି  ଚାନ୍ଦବାଲି ବିଜେପି ଯୁବ ମୋର୍ଚ୍ଚା lମଙ୍ଗଳବାର ଚାନ୍ଦବାଲି ବସ୍ ଷ୍ଟାଣ୍ଡ ଠାରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଳାଶ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚାର ସଦସ୍ୟ ମାନେ ଏକଜୁଟ ହୋଇ ପିସିସି ସଭାପତି ଭକ୍ତ ଚରଣ ଦାସ, ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ପୂର୍ବତନ ଛାତ୍ର କଂଗ୍ରେସ  ସଭାପତି ଉଦିତ୍ ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ନାରାବାଜି କରିଛନ୍ତି । ଆଗରୁ ଉଦିତଙ୍କ ନାଁରେ ଦଶ ରୁ ଅଧିକ ଅପରାଧିକ ମାମଲା ଥିବା ସତ୍ୱେ, ତାଙ୍କୁ କଂଗ୍ରେସ କିପରି ଛାତ୍ର କଂଗ୍ରେସର ସଭାପତି ପଦବୀ ଦେଇଥିଲେ ସେମାନେ ପ୍ରଶ୍ନ କରିଛନ୍ତି।