ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା

ଗୋପ/ଜୟନ୍ତ କୁମାର ସେଠୀ: ପୁରୀ ଜିଲ୍ଲାର ନିମାପଡା-କାକଟପୁର ଓ କାକଟପୁର-କୋଣାର୍କ ମୁଖ୍ୟ ରାସ୍ତାର ନିମ୍ନମାନର କାର୍ଯ୍ୟ ଓ ଦୁର୍ନୀତିର ଘୋଟଲାକୁ ବିରୋଧ କରି ବିଜେପି ରାଜ୍ୟ ଉପସଭନେତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦେଶକ୍ରମେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ଆଲୋକ ବେହେରାଙ୍କ ନେତୃତ୍ୱରେ ନିମାପଡା-କାକଟପୁର ବିଜେପି ଯୁବମୋର୍ଚ୍ଚା ଦ୍ୱରା ନିମାପଡା ପୂର୍ତ୍ତବିଭାଗ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା। କାକଟପୁର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାଥୀ ରଵିମିଲ୍ଲିକ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାଶ, ଉପସଭାପତି ଦିଲ୍ଲୀପ ପ୍ରଧାନ, ସମ୍ପାଦକ ରାକେଶ ବିଶ୍ୱାଳ,ସାଧାରଣ ସମ୍ପାଦକ ସୁଶାନ୍ତ ସ୍ୱାଇଁ, ଗୋପ ମଣ୍ଡଳ ସଭାପତି ଶିବ ସ୍ୱାଇଁ, ରାକେଶ ସେନାପତି ଙ୍କ ସହିତ ସମସ୍ତ ମଣ୍ଡଳ ସାଧାରଣ ସମ୍ପାଦକ ଓ ଶତାଧିକ ଯୁବମୋର୍ଚ୍ଚା କାର୍ୟ୍ୟକର୍ତା ମାନେ ସାମିଲ ହୋଇଥିଲେ କ୍ଷ ପ୍ରଥମେ ବିଜେପି ନେତା ଓ କର୍ମୀ ମାନେ ଏକ ଶୋଭାଯାତ୍ରା ରେ ବଜ଼ାର ପରିକ୍ରମା କରି ଶେଷରେ ପୂର୍ତ୍ତ ବିଭାଗ କାର୍ୟ୍ୟାଳୟ ଠାରେ ପହଂଚି ବିଜେପି କର୍ମୀ ମାନେ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିଜେଡି ସରକାର ଓ ସ୍ଥାନୀୟ ମନ୍ତ୍ରୀ ଙ୍କ ବିରୋଧ ରେ ସ୍ଲୋଗାନ ଦେଇଥିଲେ ।