ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ ):-କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଚିଠିର ଜବାବ ଦେଲା ବିଜେଡି । ଚିଠି ର ଜବାବ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର ।ରାଜ୍ୟବାସୀ ଦେଖିଲେ ବିଜେପି ର ଚାଷୀ ବିରୋଧୀ ମନୋଭାବ । ଦୀର୍ଘ ବର୍ଷ ଧରି ଚାଷୀଙ୍କୁ ମିଳୁନି ଫସଲ ବୀମା । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀ କେନ୍ଦ୍ର କୁ ଅନୁରୋଧ କରିଛନ୍ତି । କେନ୍ଦ୍ରକୁ ବାରମ୍ବାର ଅନୁରୋଧ ସତ୍ୱେ ମିଳୁନି ଫସଲ ବୀମା । ଚାଷୀଙ୍କ ଦାବି ପରେ ଏବେ ବୀମା ରାଶି ପ୍ରଦାନ କରୁଛି କେନ୍ଦ୍ର । ଫସଲ ବୀମା ବନ୍ଧ କରି ବିଜେପି ଚାଷୀଙ୍କ କ୍ରୋଧ ର ଶିକାର ହେଉଛି ।୨୦୧୯ ରେ କାଳିଆ ସହାୟତା ବନ୍ଦ କରିବାକୁ ଚକ୍ରାନ୍ତ କରିଥିଲା ବିଜେପି । ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । ଚାଷୀ ପ୍ରସଙ୍ଗ ରେ ବିଜେଡି ରାଜନୀତି କରିବାକୁ ପସନ୍ଦ କରେନି । ଯୋଜନା କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନାମରେ ନାମିତ କରାଯାଇଛି । ବିଜେପି ନେତୃତ୍ୱ ଧୀନ କେନ୍ଦ୍ର ସରକାର ଫସଲ ବୀମା ପ୍ରଦାନ କରିବା ଉଚିତ । କିନ୍ତୁ ଦୀର୍ଘ ମାସ ଧରି ଫସଲ ବୀମା ପ୍ରଦାନ କରାଯାଇନି । ଏହି ଯୋଜନା କେବଳ କେନ୍ଦ୍ର ର ରାଜ୍ୟ ର କିଛି ଭାଗ ହିଁ ନାହିଁ । ଧର୍ମେନ୍ଦ୍ର ସ୍ପଷ୍ଟ ଜାଣିଛନ୍ତି ତାଙ୍କ ଚିଠିର କୌଣସି ଭିତ୍ତି ନାହିଁ…HDFC ବ୍ୟାଙ୍କ କୁ କେନ୍ଦ୍ର ସରକାର ହିଁ ଏମପ୍ୟାନେଲ କରିଛନ୍ତି । କେନ୍ଦ୍ର କେମିତି ଏକ ଦୁର୍ନୀତି ଗସ୍ତ ବ୍ୟାଙ୍କ କୁ ଏମପ୍ୟାନେଲ କରିଛି ।