ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବିଜେପି ବାଇମୁଣ୍ଡି ମଣ୍ଡଳ ଦ୍ୱାରା ଇଲେକ୍ଟ୍ରି ଅଫିସ ଘେରାଉ
ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଦ୍ୟୁତ୍ ବିତରକ ଟାଟା କମ୍ପାନୀ ବିଦ୍ୟୁତ୍ ଦେୟ ଶୁକ୍ଳ ବୃଦ୍ଧି, ଅଘୋଷିତ ବିଦ୍ୟୁତ୍ କାଟ, ଲୋ ଭୋଲଟେଜ, ବିପଦ ସଙ୍କୁଳ ଅବସ୍ଥାରେ ଥିବା ତାର, ଖୁଣ୍ଟର ପୁନରୁଦ୍ଧାର ନକରିବା ଏବଂ କେନ୍ଦ୍ର ସରକାର ରାଜ୍ୟରେ ବିଦ୍ୟୁତ ବିକାଶ
(କଟକ) : ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଦ୍ୟୁତ୍ ବିତରକ ଟାଟା କମ୍ପାନୀ ବିଦ୍ୟୁତ୍ ଦେୟ ଶୁକ୍ଳ ବୃଦ୍ଧି, ଅଘୋଷିତ ବିଦ୍ୟୁତ୍ କାଟ, ଲୋ ଭୋଲଟେଜ, ବିପଦ ସଙ୍କୁଳ ଅବସ୍ଥାରେ ଥିବା ତାର, ଖୁଣ୍ଟର ପୁନରୁଦ୍ଧାର ନକରିବା ଏବଂ କେନ୍ଦ୍ର ସରକାର ରାଜ୍ୟରେ ବିଦ୍ୟୁତ ବିକାଶ ପାଇଁ ଦେଉଥିବା ଅର୍ଥକୁ ଆଦି ହଡ଼ପ କରିବା ବିଷୟକୁ ନେଇ ଭାରତୀୟ ଜନତା ପାର୍ଟି କଟକ ନଗର ଜିଲ୍ଲା ବାଇମଣ୍ଡି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ସାହୁ ନେତୃତ୍ୱରେ ଓ କଟକ ନଗର ଯୁବ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସତ୍ୟ ବ୍ରତ ମିଶ୍ର ଙ୍କ ସହଯୋଗ ରେ ତୁଳସୀପୁର ସ୍ଥିତ ପୋଲିସ କଲୋନୀ ଇଲେକ୍ଟ୍ରି ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା ହୋଇଥିଲା ।
ସୂଚନାନୁଯାୟୀ , ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ କଟକ ନଗର ବିଜେପି ସଭାପତି ଶ୍ରୀଯୁକ୍ତ ଲାଲଟେନ୍ଦୁ ବଡ଼ୁ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିବେକାନନ୍ଦ ନାୟକ, ଶ୍ରିତମ ଦାସ, ଦୟାନିଧି ଲେଙ୍କା, ପାର୍ବତୀ ଚରଣ ଦାସ, ରଶ୍ମି ରେଖା ଦାସ,କୃଷକ ମୋର୍ଚ୍ଚା ସଭାପତି ପୂର୍ଣ୍ଣ ଚନ୍ଦ୍ର ଜେନା, ସତ୍ୟ ପଟ୍ଟନାୟକ, ଦେବାଶିଷ ଘୋଷ,କଳ୍ପନା ପଟ୍ଟନାୟକ,ଲିସା ଜ୍ୟୋତି ଘୋଷ,ପ୍ରେମାନନ୍ଦ ବେହେରା, ଦେବାନନ୍ଦ ସିଂ, ସିବେଶ ମିଶ୍ର, ଉମେଶ ବେହେରା, ସ୍ନେହମଞ୍ଜରୀ ମହାନ୍ତି, ମାମୁନି ମାଲିକ,କିରନ ମଲିକ,ସଦାନନ୍ଦ ବିଶ୍ୱାଳ,ସାର୍ଥକ ରାଏ, ସୁଭମ ବେହେରା, ରାଜେଶ ଦାସ,ସୁବାଷ ମହାନ୍ତି, ଶ୍ରୀକାନ୍ତ ବେହେରା, ସୌଦାମିନୀ ମିଶ୍ର, ଶିଵ ନାୟକ, ପବିତ୍ର ମୋହନ ଦାସ, ନିଶିକାନ୍ତ ସେଠି, ଉଲ୍ଲା ବେହେରା,ସୂର୍ଯ୍ୟ ଦାସ, ପ୍ରଶାନ୍ତ ମହାନ୍ତି,ନମିତା ମିଶ୍ର,ରମେଶ ଦାସ,ପ୍ରଦୀପ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ ।