ଓଡିଶା ଆସିବେ ଅମିତ

( ମମତା ସାମଲ) : ଆସନ୍ତା ୨୪ ତାରିଖରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ଆସନ୍ତା ୨୩, ୨୪ ଏବଂ ୨୫ ତାରିଖରେ ପୁରୀରେ ମହିଳା ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ହେବ । ଆଉ ଏହି ବୈଠକରେ ସାମିଲ ହେବାକୁ ଅମିତ ଶାହା ୨୪ ତାରିଖରେ ଓଡିଶା ଆସୁଛନ୍ତି । ଅମିତା ଶାହା ଓଡିଶା ଆସୁଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡା ।