ସେକ ଫଇଜାନ କାଦରୀ / ଭଦ୍ରକ: ବହୁ ଚର୍ତିତ ମହାଳିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷଓ ମମତା ମେହେରଙ୍କ ହତ୍ୟା ପ୍ରତିବାଦରେ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଆସନ୍ତା ୩୦ ତାରିଖ ଦିନ ୬ ଘଣ୍ଟିଆ ଭଦ୍ରକ ବନ୍ଦ କରାଯିବ । ଏହି ବନ୍ଦ ପାଳନ ପୂର୍ବରୁ ଆଜି ପାର୍ଟି କାର୍ୟ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଜିଲ୍କା ସଭାପତି ହେମନ୍ତ ପାଢ଼ୀ ସୂଚନା ଦେଇଛନ୍ତି । ରାଜ୍ୟରେ ବିଜେଡିର ୨୧ବର୍ଷର ଦୀର୍ଘ ଶାସନ କାଳରେ ନାରୀ ଧର୍ଷଣ, ହତ୍ୟା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ଫଳରେ ବେବିନା, ଇତିଶ୍ରୀ, ମାଧବୀଳତା, ସ୍ମିତାରାଣୀଙ୍କ ପରି ଅନେକ ନାରୀ ଗଣଧର୍ଷଣର ଓ ହତ୍ୟାର ଶିକାର ହୋଇଛନ୍ତି । ନ୍ୟାୟ ଦେବା କ୍ଷେତ୍ରରେ ସରକାର ସମ୍ପୂର୍ଣ ବିଫଳ ହୋଇଛି । ମମତା ମେହେରଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳୀରୁ ବହିଷ୍କାର ଦାବୀ କରିବା ସହ ଏଭଳି ଏକ ସ୍ପର୍ଶକାତର ଘଟଣାର ସିବିଆଇ ତଦନ୍ତ ଦାବୀ କରିଛି ବିଜେପି ।