(ଜୟନ୍ତ କୁମାର ସେଠୀ): ପିପିଲିରେ ଜୋର ଧରିଲା ବିଜେପି ଓ ବିଜେଡିର ରାଜନୀତି ଖେଳ । ଗତକାଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ନାମରେ ପିପିଲି ଥାନାରେ ଏତଲା ଦେଇଥିବାବେଳେ ଆଜି ବିଜେଡି ମହିଳା ମୋର୍ଚ୍ଚା ପିପିଲି ଥାନାରେ ବିଜେପି ବିରୋଧରେ ଏତଲା ଦେଇଛି ।
ପୁରୀ ଜିଲ୍ଲା ପିପିଲି ପଞ୍ଚାୟତରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ତାଙ୍କ ପରିବାରଙ୍କ ବିରୋଧରେ ହିନଚକ୍ରାନ୍ତ ରାଜନୈତିକ ଉଦ୍ଦେଶ୍ୟରଖି ପିପିଲି ବିଜେପି ନେତ୍ରି ସୁରମା ପାଢି ସୋସିଆଲ ମିଡିଆରେ ଛାଡିଥିବା ଫଟୋକୁ ବିରୋଧ କରି ପିପିଲି ଡେଲାଙ୍ଗ ବିଜେଡି ମହିଳା ମୋର୍ଚ୍ଚା ପିପିଲି ଥାନାରେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ସେପଟେ ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ଅଭିଯୋଗ ମିଳିଛି ଏହାର ଉପରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯାବ ।