ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ ବିଜେପି

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ତାର ୪ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିସାରିଥିବା ବେଳେ ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବନାହିଁ ବିଜେପି । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ପ୍ରାର୍ଥୀ ନ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଥିବା କହିଛନ୍ତି ପ୍ରଦୀପ୍ତ । ଏପରିକି କଂଗ୍ରେସ, ସିପିଆଇ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇଲେ ମଧ୍ୟ ନିର୍ବାଚନ ଜିତିବାକୁ ଆବଶ୍ୟକୀୟ ସଂଖ୍ୟା ହେଉନାହିଁ ତେଣୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ନ ଦେବାକୁ ସଂସଦୀୟ ଦଳ ବୈଠକରେ ନିଷ୍ପତି ନିଆଯାଇଥିବା କହିଛନ୍ତି ପ୍ରଦୀପ୍ତ ।