୪ ବର୍ଷର ନାବାଳିକାକୁ ଦୁଷ୍କର୍ମ : ଘଟଣାସ୍ଥଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଖଲିଙ୍ଗୀ ଗ୍ରାମରେ ଯେଉଁ ଅଭାବନୀୟ ଘଟଣା ଘଟିଛି । ୪ ବର୍ଷର ନାବାଳିକାକୁ ବଳାକ୍ରାର ସହ ହତ୍ୟା ଘଟଣା । ଏହି ସମ୍ବେଦନଶୀଳ ଓ ମର୍ମନ୍ତୁଦ ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ମତବ୍ୟକ୍ତ କରିଛନ୍ତି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉକ୍ତ ସ୍ଥାନକୁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇଛନ୍ତି । ଏହି ଟିମ୍ ରେ ଡଃ ରାଜଶ୍ରୀ ମଲ୍ଲିକ, ଡଃ ଲୋପାମୁଦ୍ରା ବକ୍ସିପାତ୍ର, ରଞ୍ଜିତା ସାହୁ, ସୁଲକ୍ଷଣା ଦେବୀ ଏବଂ ସ୍ଥାନୀୟ ନେତା ତଥା ପ୍ରତିନିଧିଙ୍କୁ ନେଇ ଗଠିତ ହୋଇଛି । ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପୀଡିତା ନାବାଳିକାଙ୍କ ପରିବାରକୁ ଭେଟିଛନ୍ତି । ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ୪ବର୍ଷର ନାବାଳିକକୁ ଦୁଷ୍କର୍ମ କରିବା ଘଟଣା ଅତି ଜଘନ୍ୟ କାଣ୍ଡ ବୋଲି ସମାଲୋଚନା କରିଛନ୍ତି । ତତ୍ସହିତ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।