ବହୁଗ୍ରାମ ପଞ୍ଚାୟତରେ ବିଜେଡ଼ିର ମିଶ୍ରଣ ପର୍ବ

ସାଲେପୁର(ତାରାକାନ୍ତ ନାୟକ): କଟକ ସାଲେପୁର ବ୍ଲକ ବହୁଗ୍ରାମ ପଞ୍ଚାୟତରେ ବିଜେଡିର ସଂକଳ୍ପ ସମାବେଶ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱଜିତ ଚାଟାର୍ଜୀଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ ତଥା ବିଜେପିର ବରିଷ୍ଠ ନେତା ଗଗନ ବିହାରି ମିଶ୍ର ଏବଂ ତାଙ୍କର ଶତାଧିକ କର୍ମୀ ବଜେଡିରେ ଯୋଗ ଦେଇଛନ୍ତି । ସ୍ଥାନୀୟ ବିଧାୟକଙ୍କ ନୀତି, ଆଦର୍ଶ ଏବଂ କାର୍ୟ୍ୟଦକ୍ଷତାରେ ଅନୁପ୍ରାଣିତ ହୋଇ ଆଜି ବିଜେଡିରେ ଯୋଗଦାନ କରିଛନ୍ତି ଶ୍ରୀ ମିଶ୍ର ।
ଏହି କାର୍ୟ୍ୟକ୍ରମରେ ବ୍ଲକ ସଭାପତି ଅନନ୍ତ ପ୍ରଧାନ, ମିଶନ ଶକ୍ତି ସଭାପତି ତୃପ୍ତିରେଖା ପରିଡ଼ା, ସଂଖ୍ୟାଲଘୁ ସଭାପତି ମିର୍ଜା ସମିମ ବେଗ, ଜିଲ୍ଲା ପରିଷଦ ସଭ୍ୟ ସୁବାସିଶ ପ୍ରଧାନଙ୍କ ସମେତ ସରପଞ୍ଚ, ମିଲିରଣୀ ବୋଷ୍, ସଭାପତି ବିଜୟ କୁମାର ରାୟ, ଯୁବ ସଭାପତି ନିହାର ମଲ୍ଲିକ, ଛାତ୍ର ସଭାପତି ବସନ୍ତ କୁମାର ବେହେରା, ବ୍ଲକ୍ ଛାତ୍ର ସମ୍ପାଦକ ମିଥୁନ ସ୍ୱାଇଁ, ପୂର୍ବତନ ସରପଞ୍ଚ ଜୟଶ୍ରୀ ଓଝା, ବରିଷ୍ଠ ନେତା ଗୁରୁ ପ୍ରସାଦ ମୁଖାର୍ଜୀ ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜ୍ଞାନ ରଞ୍ଜନ ମଣିଆ, ସୁକାନ୍ତ ସାହୁ, ଉଚ୍ଚବ ସାହୁ, ଅଭୟ ସ୍ୱାଇଁ, ନିମାଇଁ ସାହୁ, ବିଜୟ କୁମାର ନାଥଶର୍ମା, ଗଣେଶ ସେଠୀ, ଗୌରାଙ୍ଗ ବେହେରା, ଅଶୋକ ପାତ୍ର, ଲତିଫା ଖାତୁନ, ପ୍ରଦୀପ୍ତ ଓଝା, ଗୌରାଙ୍ଗ ବେହେରା, ବିଶ୍ୱଜିତ ଦେ, ନିରଞ୍ଜନ ଦାସ, ଅକତର ଜୁନେଡ, ପୂର୍ଣ୍ଣଚନ୍ଦ୍ର ବେହେରା, ଭାଗ୍ୟଧର ଷଣ୍ଢ, ମିର୍ଜା ଅମଜାଦ ଅଲି, ପରିଶେଷରେ ମାନ୍ୟବର ବିଧାୟକ ପାର୍ଥି , ସରପଞ୍ଚ ପାର୍ଥୀନି ଭାବେ ରଶ୍ମିତା ମଲ୍ଲିକ, ସମିତି ସଭ୍ୟ ପର୍ଥିନି ଭାବେ ଇତିଶ୍ରୀ ମଲ୍ଲିକ ନାମ ଘୋଷଣା କରିଥିଲେ ।