(ଆଦର୍ଶ ରାଉତ / ତ୍ରିଲୋଚନ ରାଉତ) ଭୁବନେଶ୍ୱର: ବିଜେପି ପକ୍ଷରୁ ଆଜି ଡିଜି ପୁଲିସଙ୍କୁ ବିଜେଡି ବିରୋଧରେ ଅଭିଯୋଗ ହୋଇଛି। ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଜୁ ଯୁବ ବାହିନୀର କର୍ମୀମାନେ ଖଣ୍ଡା ଧରି ବୁଲିବା ସହ ବିଜେପିର ସେଠାକାର ପ୍ରାର୍ଥୀ ଓ କର୍ମୀଙ୍କୁ ଧମକ ଚମକ ଦେବା ପରି ଅଭିଯୋଗ କରିଛନ୍ତି ବିଜେପି ଉପ ସଭାପତି ସମୀର ମହାନ୍ତି, ମୁଖପାତ୍ର ଲେଖାଶ୍ରୀ ଓ ବିଜେପି ରାଷ୍ଟ୍ରୀୟ ଯୁବ ଉପାଧ୍ୟକ୍ଷ ରଞ୍ଜନ ଦାସ ଜଣାଇଛନ୍ତି ।