ଭୁବନେଶ୍ୱର: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କଲା ବିଜେଡି। ସମର୍ଥନ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ସମର୍ଥନ ଘୋଷଣା କରିଛି ବିଜେଡି। ସମର୍ଥନ ନେଇ ବିଜେଡି ପକ୍ଷରୁ ପ୍ରେସ୍ ରିଲିଜ ଜାରି ହୋଇଛି। ଅଶ୍ବିନୀ ବୈଷ୍ଣବ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ବିଜେପିରୁ ଅଶ୍ଵିନୀଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଆବଶ୍ୟ ସଂଖ୍ୟା ନାହିଁ। ବିଜେପିର ବର୍ତ୍ତମାନ ୨୨ ଜଣ ଅଛନ୍ତି। ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନ ପାଇଁ ନାମାଙ୍କନ ଭରିଛନ୍ତି ଅଶ୍ୱିନୀ ବୈଷ୍ଣବ । ସେହିଭଳି ବିଜେଡି ଏବେ ଅଶ୍ୱିନୀଙ୍କୁ ସମର୍ଥନ କରିବା ପରେ ରାଜ୍ୟସଭା ନିର୍ବାଚନ କେବଳ ଔପଚାରିକତା ପାଲଟିଛି । ଘୋଷିତ ୩ ପ୍ରାର୍ଥୀ ରାଜ୍ୟସଭା ଯିବା ନିଶ୍ଚିତ ହୋଇଛି ।