ଭୁବନେଶ୍ୱର:ଆଜି ବିଜେଡିର ସଂସଦୀୟ ଦଳ ବୈଠକ । ସଂସଦର ମୌସୁମୀ ଅଧିବେଶନ ପାଇଁ ଆଜି ସନ୍ଧ୍ୟାରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ । ଗୃହରେ ଆଭିମୁଖ୍ୟ ନେଇ ରଣନୀତି ପ୍ରସ୍ତୁତ କରିବ ବିଜେଡି । ଆଜି ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧକ୍ଷତାରେ ବୈଠକ ବସିବ । ସଂସଦର ଅଧିବେଶନରେ ଉଭୟ ଗୃହରେ ଦଳ କେଉଁ କେଉଁ ପ୍ରସଙ୍ଗ ସବୁ ଉଠାଇବ ତା ଉପରେ ଆଲୋଚନା ହେବ । ବିଶେଷକରି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରି ବିଜେଡି ସାଂସଦରେ ହକ୍ ମାଗିବ । ସଂସଦୀୟ ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ । ଆସନ୍ତା ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି ।