( ଆଦର୍ଶ ରାଉତ): ଓଡ଼ିଶାର ଅନୁସୂଚିତ ଜାତି ଛାତ୍ରଛାତ୍ରୀ ଭିବଷ୍ୟତ ଉପରେ କେନ୍ଦ୍ରର କୁଠାରଘାତ । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ ବିଫଳ ହୋଇଥିବା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗଣସଂଗ୍ରାମ ପାଇଁ ଆହ୍ନାନ ଦେଇଛି ବିଜେଡ଼ି । ଚଳିତ ମାସ ୨୪ ତାରିଖ ଦିନ ଦଳ ପକ୍ଷରୁ ରାଜ ଭବନ ସମ୍ମୂଖରେ ଧାରଣା ଦିଆଯିବ । ଏବଂ ରାଷ୍ଟ୍ରପତି ଙ୍କ ନିମନ୍ତେ ରାଜ୍ୟପାଳକଙ୍କୁ ଏନେଇ ଏକ ଦାବି ପତ୍ର ପ୍ରଦାନ କରାଯିବ । ଏନେଇ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଛି ।
୨ ଲକ୍ଷରୁ ଉଦ୍ଧ୍ୱର୍ ଅନୁସୁଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିର ଢାଞ୍ଚା ସଂପୂର୍ଣ୍ଣ ଭାବେ ପରିବର୍ତନ ଏବଂ ପୂର୍ବରୁ କେନ୍ଦ୍ର ଦେଉଥିବା ୯୦ ପ୍ରତିଶତ ଛାତ୍ରବୃତ୍ତି ଏବେ ୨୦ ପ୍ରତିଶତରେ ସୀମିତ ବୋଲି ଅଭିଯୋଗ ହୋଇଛି । ଯାହା ଦ୍ୱାରା ରାଜ୍ୟ ଉପରେ ଛାତ୍ରବୃତ୍ତିର ବୋଝ ଲଦି ହୋଇଯାଉଛି । ଫଲରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ନିଷ୍ଠା ଓ ଆନ୍ତରିକତା କୁଆଡ଼େ ଗଲା ବୋଲି ବିଜେଡ଼ି ପ୍ରଶ୍ନ ଉଙ୍ଖାଇଛି । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ କେନ୍ଦ୍ର ସରକାର ନିଜ ନିଷ୍ପିିର୍ତ୍ତିର ତୁରନ୍ତ ପୁନଃବିଚାର କରନ୍ତୁ ବୋଲି ଦାବି ହୋଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ସାମ୍ବାଦିକ ସମ୍ମୀଳନୀରେ କୁହାଯାଇଛି । ସମ୍ମିଳନୀରେ ଶଶୀଭୂଷଣ ବେହେରା , ବିଧାୟକ ତଥା ଦଳର ଉପସଭାପତି ଶ୍ରମତୀ ପ୍ରମିଳା ମଲିକ ବିଧାୟକ ତଥା ସାଧାରଣ ସଂପାଦକ ପଦ୍ନନାଭ ବେହେରା, ବିଧାୟକ ତଥା ରାୟଗଡ଼ା ଜିଳ୍ଲା ସଭାପତି ଲାଲବିହାରୀ ହିମିରିକା ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଊପସ୍ଥିତ ଥିଲେ ।