ବଦଳିଲେ ବିଷମ କଟକ ଏସ୍‌.ଡି.ପି.ଓ

ବିଷମକଟକ:ଶୁକ୍ରବାର ଦିନ ଗୃହ ବିଭାଗର ଏସ୍.ଡି.ପି.ଓ. ସ୍ଥରରେ ଏକ ବଡ ଧରଣ ଅଦଳ ବଦଳ ହୋଇଛି  । ଏହି ବଦଳି ତାଲିକାରେ ରାୟଗଡା ଜିଲ୍ଲା ବିଷମ କଟକ ଏସ୍.ଡି.ପି.ଓ ଆକାଶ କୁମାର ସାହୁଙ୍କୁ ଏସ୍.ଓ.ଜି ର ଡେପୁଟି ଆରକ୍ଷି ଅଧିକ୍ଷ ଭାବେ ଭୂବନେଶ୍ୱର ବଦଳି କରାଯାଇଥିବା ବେଳେ ବ୍ରହ୍ମପୁର ଆଇ.ୟୁ.ସି.ଏ.ଡବ୍ଲୁ ର ଡି.ଏସ୍.ପି. ସନ୍ତୋଷିନି ଓରାମ୍ ବିଷମ କଟକ ଏସ୍.ଡି.ପି.ଓ. ଭାବେ ଅବସ୍ଥାପିତ କରାଯାଇଛି । ଆକାଶ କୁମାର ସାହୁ ଗତ ତିନି ବର୍ଷ ହେବ ବିଷମ କଟକ ଏସ୍.ଡି.ପି.ଓ ଭାବେ କାର୍ଯ୍ୟରତ  ରହିଥିବା ବେଳେ,  ବିଷମକଟକ ଦେଇ ଚାଲିଥିବା ଗଞ୍ଜେଇ ଚାଲାଣକୁ ରୋକିବା ସହ ମାଫିଆ ଓ ବ୍ୟବସାୟୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେହି ପରି  ରାୟଗଡା ଜିଲ୍ଲାର ଦୁର୍ଗମ ଲାଲଗଡ ଭାବେ ପରିଚିତ ଚନ୍ଦ୍ରପୁର ବ୍ଲକରେ ଚାଲିଥିବା ଗଞ୍ଜେଇ ଚାଷକୁ ସଚେତନତା ମାଧ୍ୟରେ ଗଞ୍ଜେଇ ଚାଷ ବନ୍ଦ କରାଇଥିଲେ । ତୈଳବୀଜ ଏବଂ ଡାଲି ଜାତିୟ ଚାଷ ପାଇଁ ସଚେତନ କରିଥିଲେ । ବିଷମ କଟକ ଅଞ୍ଚଳରେ ଆଇନ ଶୃଙ୍ଖଳା,ସଡକ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନେଇଥିଲେ । ତାଙ୍କର ଏଇ ସ୍ୱଭାବ ପାଇଁ  ସେ ଖୁବ  ଲୋକପ୍ରିୟ ହୋଇ ରହିଥିଲେ ।