ବିଷମକଟକ ବ୍ଲକ ସ୍ତରୀୟ ଶିଶୁ ମୋହତ୍ସବ ସୁରଭି ଅନୁଷ୍ଠିତ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସଦରମହକୁମା ସ୍ଥିତ ବିଜୁ କଲ୍ୟାଣମଣ୍ଡପ ପରିସର  ଠାରେ ବ୍ଲକ୍ ସ୍ଥରୀୟ ଶିଶୁ ମୋହତ୍ସବ ସୁରଭି ୨୦୨୪  ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଷମକଟକ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିୟ ଅତିଥି ଭାବେ ପଞ୍ଚାୟତ ସମିତି ଉପାଦକ୍ଷ  ଶ୍ରୀଯୁକ୍ତ ଦେବୀପ୍ରସାଦ ପଟ୍ଟନାୟକ ,ନଡ଼ାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦିପ , ମାଧବ ସାରକା, ଅଭୟ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ ।

ସୂଚନା ଅନୁଯାୟୀ ବ୍ଲକ୍ ର ୧୫ ଟି କ୍ଲଷ୍ଟର ସ୍ତରରେ ୨୫ ସେପ୍ଟେମ୍ବର ଠାରୁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଚାଲୁ ରହିଥିଲା ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ବିଦ୍ୟାଳୟରୁ ୪୩୦ ଛାତ୍ର ଛାତ୍ରୀ ଭାଗନେଇଥିବା ବେଳେ କାଯ୍ୟକ୍ରମରେ ବକୃତା, ତର୍କ, ପ୍ରବନ୍ଧ ଲିଖନ ଚିତ୍ରାଙ୍କନ,ସଂଗୀତ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ୧୦ ଗୋଟି ବିଭାଗରେ ଆସିଥିବା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।  ଏଥିରେ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପଦକ ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି ୨୦୨୪ ରେ ଅଂଶଗ୍ରହଣ କରିବେ ବୋଲି ଗୋଷ୍ଟି ଶିକ୍ଷା ଅଧିକାରୀ ନବିନଚନ୍ଦ୍ର ଖରା ସୂଚନା ଦେଇଛନ୍ତି।