ଏକାଦିନେ ଗୋଟେ ପରିବାରର ୯ଜଣଙ୍କ ଜନ୍ମଦିନ

0

ନିଜ ଜନ୍ନଦିନକୁ ସମସ୍ତେ ବେଶ୍ ଧୁମଧାମରେ ପାଳନ କରନ୍ତି । ଏହି ଦିନ ସମସ୍ତଙ୍କ ପାଇଁ ବେଶ ଖାସ ଓ ସ୍ୱତନ୍ତ୍ର ହୋଇଥାଏ । ତେବେ ଏମିତି ଏକ ପରିବାର ଅଛି, ଯେଉଁ ପରିବାରର ସବୁ ସଦସ୍ୟଙ୍କ ଜନ୍ମଦିନ ଗୋଟେ ତାରିଖରେ ପଡିଥାଏ । କଥାଟି ଅବିଶ୍ୱସନୀୟ ଲାଗୁଥିଲେବି ଏହା ସତ । ପାକିସ୍ତାନର ଲରକାନା ଜିଲ୍ଲାରେ ରହୁଥିବା ମଙ୍ଗି ପରିବାରର ସମସ୍ତ ୯ଜଣ ସଦସ୍ୟଙ୍କ ଜନ୍ମଦିନ ଗୋଟେ ତାରିଖରେ ପଡିଥାଏ ।ତେବେ ସେମାନଙ୍କ ନାମରେ ରହିଛି ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡସ ।

ଘରର ମୁଖିଆ ଅମୀର ଅଲ୍ଲୀ ଏବଂ ତାଙ୍କ ପତ୍ନୀ ଖୁଦେଜା । ସେମାନେ ୧୯ରୁ ୩୦ ବର୍ଷ ମଧ୍ୟରେ ସାତଜଣ ସନ୍ତାନ ଅଛନ୍ତି । ପ୍ରଥମ ଝିଅର ନାମ ସିନ୍ଧୁ , ଏହାପରେ ଯାଆଁଳା ଝିଅ ସସୁଇ ଏବଂ ସପନା ,ତୃତୀୟ ନମ୍ବରରେ ଅମିର, ଚତୁର୍ଥ ନମ୍ବରରେ ଅମ୍ବର ଏବଂ ପଞ୍ଚମରେ ଯାଆଁଳା ପୁଅ ଅମାର ଏବଂ ଅହମଦ ଅଛନ୍ତି । ସବୁ ପିଲାଙ୍କ ସହ ଏହି ଦମ୍ପତିଙ୍କ ଜନ୍ନ ଅଗଷ୍ଟ ୧ରେ ହୋଇଥିବାରୁ ଏହି ପରିବାରର ନାମରେ ଗିନିଜ ବୁକରେ ସାମିଲ କରାଯାଇଛି । କେବଳ ଜନ୍ମଦିନ ନୁହେଁ, ଏହି ଦିନ ଏହି ଦମ୍ପତିଙ୍କ ବିବାହ ବାର୍ଷି ମଧ୍ୟ । ବିବାହର ଠିକ ର୍ବେକ ପରେ ସେମାନଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା । ଏହା ପରେ ସବୁ ପିଲା ଠିକ ଏହି ଦିନରେ ହିଁ ଜନ୍ନଗ୍ରହଣ କରୁଥିବାରୁ ଏହି ଦମ୍ପତି ଏହାକୁ ନେଇ ଖୁସି ଅଛନ୍ତି ।ଏହି ବିରଳ ସଂଯୋଗକୁ ନେଇ ଅମିର କୁହନ୍ତି,ଏସବୁ ଉପର ବାଲାଙ୍କ ଆଶୀର୍ବାସୟଦ । ହୋଇଥିବାରୁ ୭ ପିଲାର ବାପା ମା ହୋଇଥିଲା ।

କୌଣସି ବି ପରିବାରରେ ଏତେ ଜଣ ସଦସ୍ୟଙ୍କ ଜନ୍ମଦିନ ଏକାଠି ପଡ଼ି ନ ଥାଏ । ଏପରି କି, ପ୍ରତ୍ୟେକ ପିଲା ନର୍ମାଲ ଭାବରେ ଜନ୍ମ ହୋଇଛନ୍ତି । ଦମ୍ପତି ଏହାକୁ ‘ଈଶ୍ୱରଙ୍କ ଉପହାର’ ବୋଲି କହିଛନ୍ତି ।ଏହି ରେକର୍ଡ ପୂର୍ବରୁ ୟୁଏସ୍ଏର କମିନ୍ସ ପରିବାରର ୫ ପିଲାଙ୍କ ନାଁରେ ଥିଲା, ଯେଉଁମାନେ ୧୯୫୨ ଏବଂ ୧୯୬୬ ମସିହା ମଧ୍ୟରେ ଫେବୃୟାରୀ ୧୦ରେ ଜନ୍ମ ହୋଇଥିଲେ ।