ବୀରମହାରାଜପୁର ଉପଖଣ୍ଡ ଶିକ୍ଷା ଓ ରେଳ ସଂଯୋଗ କ୍ଷେତ୍ରରେ ଉପେକ୍ଷା

ସୁବର୍ଣ୍ଣପୁର : ବୀରମହାରାଜପୁର ରେ କେନ୍ଦ୍ରୀୟ ବିଦ୍ୟାଳୟ ନହେବା ଏଥିପାଇଁ ଦୁର୍ବଳ ନେତୃତ୍ବକୁ ଦାୟୀ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପ ସଭାପତି କିଶୋର ହୋତା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସିଧା ସଳଖ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କୁ ସେ ଅଙ୍କୁଳି ନିର୍ଦେଶ କରି କହିଛନ୍ତି ଯେ ପୂର୍ବରୁ ବଲାଙ୍ଗୀର ଲୋକ ସଭା ସାଂସଦ ଶ୍ରୀ କଳିକେଶ ନାରାୟଣ ସିଂ ଦେଓ ଥିବାବେଳେ ବୀରମହାରାଜପୁର ଠାରେ ଏକ ସୈନିକ ସ୍କୁଲ ହେବା କଥା ସେ ଲୋକସଭା ରେ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ବର୍ତମାନ ର ସାଂସଦ ୨ ଥର କ୍ଷେତ୍ର ପରିଦର୍ଶନ କରିଥିଲେ, ହେଲେ କାହିଁକି ଆଜିଯାଏ ଶୁଭ ଦିଆଗଲା ନାହିଁ ବୋଲି ଶ୍ରୀ ହୋତା ପ୍ରଶ୍ନ କରିଛନ୍ତି । ଗରିବ ମେଧାବୀ ଛାତ୍ର, ଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ପଢିବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟ ପକ୍ଷରେ ସମ୍ବଲପୁର ବ୍ରହ୍ମପୁର ଭାୟା ବୀରମହାରାଜପୁର ରେଳ ପ୍ରକଳ୍ପ ର ଦାବୀ ଦୀର୍ଘ ଦିନରୁ ହୋଇ ଆସିଥିଲେ ମଧ୍ୟ ଏହାକୁ ବୁଲାଇ ରେଢ଼ାଖୋଲ ଠାରୁ ବୌଦ୍ଧ ଦେଇ ବ୍ରହ୍ମପୁର କୁ ନେଉଥିବା ରେଳ ଲାଇନ ବିହୀନ ବୀରମହାରାଜପୁର ଉପଖଣ୍ଡ ରେ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଛି । ବଲାଙ୍ଗୀର ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଙ୍କୁ ଭେଟି ଦାବୀ ଜଣାଇ ବା ସ୍ବତେ ଅବହେଳା ପ୍ରଦର୍ଶନ କରିଥିବାରୁ, ଖୁବ ଶୀଘ୍ର ଆଉ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଆଜି ପ୍ରକାଶ କରିଥିଲେ I କୃଷି ଓ ପର୍ଯ୍ୟଟନ ର ବିକାଶ ପାଇଁ ରେଳ ସଂଯୋଗ ଜରୁରୀ ବୋଲି ଶ୍ରୀ କିଶୋର ହୋତା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ସ୍ମିତ ପାତାଳି ଶ୍ରୀକ୍ଷେତ୍ର ଭବ୍ୟ ମନ୍ଦିର ନିର୍ମାଣ ଓ ବିନିକା ମହାନଦୀ କୂଳ ରେ ଅବସ୍ତିତ ପାପକ୍ଷୟ ଘାଟ ର ଉନ୍ନତି ପାଇଁ ପୂର୍ବ ନବୀନ ସରକାର ଯଥାକ୍ରମେ ୨୮ କୋଟି ଏବଂ ୪୦ଲକ୍ଷ ଟଙ୍କା ଅନୁଦାନ ଦେଇଥିବାବେଳେ, କେନ୍ଦ୍ର ର ଶିକ୍ଷା ବିଭାଗ ଓ ରେଳ ବିଭାଗ ବୀରମହାରାଜପୁର କୁ ଅଣଦେଖା କରଛନ୍ତି ବୋଲି ଶ୍ରୀ ହୋତା ପ୍ରେସ୍ର ବାର୍ତାରେ ଜଣାଇଛନ୍ତି।